ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ରୋହିତଙ୍କ ସହ କେ.ଏଲ ରାହୁଲ ଓପନିଂ କରିବେ ।
ପ୍ରଥମଥର ଲାଗି ପାକିସ୍ତାନ ବିପକ୍ଷରେ ରାହୁଲ ଖେଳିବେ । ଧାୱନଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ସୁଯୋଗ ମିଳିପାରେ । କୁଳଦ୍ୱୀପଙ୍କ ସ୍ଥାନରେ ଜାଡ଼େଜାଙ୍କୁ ସୁଯୋଗ ମିଳିପାରେ ବୋଲି ସୂଚନା ମିଳିଛି ।