Odia News Portal

ଆଜି ସୁସ୍ଥ ହେଲେ ୧ ୮୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ପୁଣି ଖୁସିଖବର, ରାଜ୍ୟରେ ସୁସ୍ଥ  ହେଲେ ୧ ୮୬ କରୋନା ଆକ୍ରାନ୍ତ। ସର୍ବାଧିକ କଟକରେ ସୁସ୍ଥ ହୋଇଥିବାର ଟ୍ବିଟ ଯୋଗେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି କଟକର ୬୨, କନ୍ଧମାଳର ୪୧,ଖୋର୍ଦ୍ଧାର ୩୨ ଜଣ,ଗଞ୍ଜାମର ୧୨ ଜଣ, ମୟୂରଭଞ୍ଜର ୮ ଜଣ,ଅନୁଗୁଳର ୭ ଜଣ,କେନ୍ଦୁଝରର ୫ ଜଣ,ମାଲକାନଗିରି, ନୟାଗଡ ଓ ପୁରୀର ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି।

ସେହିଭଳି ବାଲେଶ୍ବର, ଦେବଗଡ ଓ ସୋନପୁରର ୨ ଜଣ ଲେଖାଏଁ ସୁସ୍ଥ  ହୋଇଛନ୍ତି ଓ ସୁନ୍ଦରଗଡର  ଜଣେ କରୋନାରୁ ଆରେଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥଙ୍କୁ  ମିଶାଇ  ବର୍ତ୍ତମାନ ସୁଦ୍ଧା  ଓଡିଶାରେ କରୋନାରୁ ସୁସ୍ଥ ହେଲେଣି ୩୭୨୦ ଜଣ।