Odia News Portal

ମଦ ବ୍ୟବସାୟୀଙ୍କ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ

ନିଆଳି :  ଚୋରା ମଦ ବେପାରୀ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିବା ପ୍ରତିବାଦରେ ମଦ ବେପାରୀଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି  କଟକ ଜିଲ୍ଲା ନିଆଳି ପୂର୍ବଖଣ୍ତ ଗାଁରେ । ଗାଁର ଅଶୋକ ଦାଶ ଗତ କିଛି ଦିନ ତଳେ ଚୋରା ମଦ ବିକ୍ରି କରୁଥିବା ସମୟରେ ନିଆଳି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ କିଛି ଦିନ ପରେ  ଜାମିନରେ ଆସିବା ପରେ ନିଆଳି ଥାନା ସମ୍ମୁଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଅଶୋକ।

ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଓ ପୋଲିସ ନିଆଳି ସରକାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି ।  ଅଶୋକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି । ଗତ କିଛି ଦିନ ତଳେ ଚୋରା ମଦ ସହ ଅଭିଯୁକ୍ତକୁ ଗିରଫ କରିଥିଲା ନିଆଳି ପୋଲିସ। ଜାମିନରେ ଆସିବା ପରେ ଥାନା ସମ୍ମୁଖ ରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି।