ଭୁବନେଶ୍ବର : କେନ୍ଦ୍ର ସରକାରରେ ଯୁଗ୍ମ ସଚିବ ପହ୍ୟାରେ ଅର୍ନ୍ତଭୁକ୍ତ ପାଇଁ କେନ୍ଦ୍ରରେ ଅତି କମ୍ରେ ଦୁଇବର୍ଷ କାମ କରିବା ବାଧ୍ୟତାମୂଳକ ହେବାପରେ ରାଜ୍ୟର ଏବେ ତିନିଜଣ ଆଇଏସ୍ କେନ୍ଦ୍ରକୁ ଯିବା ନିିିଶ୍ଚିତ ହୋଇଛି । ଏମାନେ ହେଲେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ପର୍ଯ୍ୟଟନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଓ ସମାଜ ମଙ୍ଗଳ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲା ଏହି ତିନି ଜଣ ଆଇଏଏସ୍ ଅଫିସର ହେଉଛନ୍ତି ୨୦୦୭ ବ୍ୟାଚ୍ର । ଯଦି ଏମାନେ ଏବେ କେନ୍ଦ୍ରକୁ ଅତି କମ୍ରେ ଦୁଇବର୍ଷ ପାଇଁ ଡେପୁଟେସନରେ ନଯିବେ ତେବେ ପରେ ସେମାନଙ୍କ ପାଇଁ କେନ୍ଦ୍ରକୁ ଯିବାର ବାଟ ବନ୍ଦହୋଇ ଯିବ । କେନ୍ଦ୍ର ସରକାରରେ ପୂର୍ବରୁ ଯୁଗ୍ମ ସଚିବ ପାହ୍ୟାରେ ତାଲିକାଭୁକ୍ତ ହେବାପାଇଁ କୌଣସି କଟକଣା ନଥିବାବେଳେ ଏବେ ଅତି କମ୍ରେ ଦୁଇବର୍ଷ ପାଇଁ କାମକରିବାକୁ କୁହାଯାଇଛି । ଏହି ନିୟମ ୨୦୦୭ ବ୍ୟାଚ୍ ଆଇଏଏସ୍ ଅଫିସରଙ୍କ ଠାରୁ ଲାଗୁ ହେବ । ରାଜ୍ୟରେ ୨୦୦୭ ବ୍ୟାଚ୍ର ୪ଜଣ ଆଇଏଏସ୍ ଥିବାବେଳେ ଏମାନଙ୍କ ମଧ୍ୟରୁ ତିନିଜଣ ରାଜ୍ୟରେ କାର୍ଯ୍ୟରତ ଓ ଅନ୍ୟଜଣେ ରବୀନ୍ଦ୍ର ପ୍ରତାପ ସିଂହ ଡେପୁଟେସନରେ ପୂର୍ବରୁ କେନ୍ଦ୍ରକୁ ଯାଇଛନ୍ତି ।
୨୦୦୭ ବ୍ୟାଚ୍ ଓଡିଶା କ୍ୟାଡରର ଏହି ତିନି ଅଫିସର ଇତି ମଧ୍ୟରେ ରାଜ୍ୟରେ ୧୩ବର୍ଷ କାର୍ଯ୍ୟ କରିସାରିଲେଣି । ୨୦୨୩ ସୁଦ୍ଧା ଏମାନଙ୍କୁ ଯେମିତି ହେଲେ କେନ୍ଦ୍ରରେ କାର୍ଯ୍ୟ କରିବାକୁ ପଡିବ । ନହେଲେ କେନ୍ଦ୍ରକୁ ଯିବାର ବାଟ ସବୁଦିନ ପାଇଁ ବନ୍ଦ ହୋଇଯିବ । ଉଲ୍ଲେଖନୀୟ ଯେ ଆଇଏଏସ୍ ଅଫିସରମାନଙ୍କ ପାଇଁ ଦୁଇଟି ରାସ୍ତା ରହିଛି । ସେମାନେ ଚାହିଁଲେ କେନ୍ଦ୍ର ସରକାରକୁ ଯାଇ କାମ କରିବେ କିମ୍ବା ରାଜ୍ୟ ସରକାରରେ କାମ କରିବେ । ଏବେ କେନ୍ଦ୍ର ସରକାରରେ କାମ କରିବାକୁ ହେଲେ ହେଲେ ଏବେ ଅତି କମ୍ରେ ଦୁଇବର୍ଷ ଡେପୁଟେସନରେ ଯିବାକୁ ପଡିବ, ଯାହା କି ପୂର୍ବରୁ ନଥିଲା । କିନ୍ତୁ କେନ୍ଦ୍ର ସରକାରରେ ନିର୍ଦ୍ଦେଶକ ଓ ଉପସଚିବ ପଦରେ ଆଇଏଏସ୍ଙ୍କ ଅଭାବ ପରିଲକ୍ଷିତ ହେବାରୁ ନିୟମରେ ପରିବର୍ତ୍ତନ ବଦଳିଛି । ରାଜ୍ୟ ସରକାରରେ କାର୍ଯ୍ୟରତ ଅନେକ ଯୁବ ଆଇଏଏସ୍ କେନ୍ଦ୍ରକୁ ଯିବାକୁ ମଙ୍ଗୁ ନଥିବା ଲକ୍ଷ୍ୟ କରାଯାଉଛି । କାରଣ ରାଜ୍ୟ ସରକାରଙ୍କ ଅଧିନରେ ସେମାନଙ୍କୁ ଯେଉଁସବୁ ସୁବିଧା ସୁଯୋଗ ମିଳୁଛି କେନ୍ଦ୍ରକୁ ଗଲେ ପ୍ରଥମେ ତାହା ମିଳିବନାହିଁ ।
ଏପରିକି ସେଠାରେ ନିର୍ଦ୍ଦେଶକ ଓ ଉପସଚିବମାନେ ଗାଡିଟିଏ ପାଇବା କଷ୍ଟକର । ହେଲେ ଯୁବ ଅଧିକାରୀମାନେ କେନ୍ଦ୍ରକୁ ଗଲେ ରାଜ୍ୟ ସରକାରଙ୍କ ପାଇଁ କିନ୍ତୁ ଲାଭଦାୟକ । କାରଣ ଏହି ଅଧିକାରୀମାନେ କେନ୍ଦ୍ର ସରକାରରେ କାମ କଲେ ଢେର ଅଭିଜ୍ଞତା ହାସଲ କରିବେ ଯାହା କି ପରବର୍ତ୍ତୀ ସମୟରେ ରାଜ୍ୟରେ ତାହାକୁ କାମରେ ଲଗାଇବେ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ମବାଳୟର ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଓଡିଶା କ୍ୟାଡରର ବହୁ ଅଫିସର ଅିଛନ୍ତି । ନୂଆ ଆଇଏଏସ୍ମାନେ ଏବେଠାରୁ ଯଦି କେନ୍ଦ୍ରୀୟ ଡେପୁଟେସନରେ ନଯିବେ ତେବେ ଆଗାମୀ ଦିନରେ କେନ୍ଦ୍ରୀୟ ମବାଳୟରେ ଓଡିଶା କ୍ୟାଡାର ଆଇଏଏସ୍ଙ୍କ ଉପସ୍ଥିତି ରହିବନାହିଁ, ଯାହା ରାଜ୍ୟ ସ୍ୱାର୍ଥ ପାଇଁ ଆଦୌ ଅନୁକୂଳ ନୁହେଁ ।