Odia News Portal

ପ୍ରେମକୁ ବିବାହ ରୂପ ଦେଲେ ସରପଞ୍ଚ

ଭବାନୀପାଟଣା : ପ୍ରେମ ଚିର ସତ୍ୟ ଜାଣେ ନାହିଁ ଜାତି ବର୍ଣ୍ଣ ଧର୍ମ । ଏହି ପ୍ରେମକୁ ବିବାହ ରୂପ ଦେଇଛନ୍ତି ଜିଲ୍ଲାପାଳ କ୍ଷମତା ପାଇଥିବା ଜଣେ ସରପଞ୍ଚ। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ କାଉଡଲା ସଙ୍ଗରୋଧ କେନ୍ଦ୍ରରେ ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଞ୍ଜିବାହାଲ ଗ୍ରାମର ରାଜାରାମ ଠାକୁର (୨୨) ସେହି ଗାଁ ର ଦିତ୍ଵୀୟା ଠାକୁରଙ୍କ ସହ ଦୀର୍ଘ ଦିନ ଧରି ପ୍ରେମ ଚାଲି ଥିଲା। ସେମାନେ ଦୀର୍ଘ ଦିନ ଧରି ପେଟପାଟଣା ପାଇଁ କର୍ଣ୍ଣାଟକ ରାଜ୍ୟର ବାଙ୍ଗାଲୋରରେ ମହାମାରୀ କରୋନା ଯୋଗୁଁ ଦୁର୍ଦ୍ଦଶା ଭୋଗୁ ଥିଲେ । ସରକାର ପକ୍ଷରୁ ସେମାନଙ୍କୁ ଫେରାଇ ଅଣାଯାଇଛି। ଏନେଇ ଆଜି ସରପଞ୍ଚ ପ୍ରଶାସନ ଓ ପରିବାର ସହ ଆଲୋଚନା ପରେ ଉଭୟଙ୍କୁ ବିବାହ ବନ୍ଧନରେ ବାନ୍ଧି ଥିଲେ । ଉଭୟ ପକ୍ଷରୁ ଚିରଦିନର ସାଥୀ ହେବାର ଶପଥ ନେଇଛନ୍ତି ।