ବାଲେଶ୍ବର : ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ନାୟକ ବନ୍ଧ ଛକ ନିକଟରେ ଦୁଇ ସିମେଣ୍ଟ୍ ବୋଝେଇ ଟ୍ରକ ଓ ଏକ ପ୍ଲାୟ ବୋଝେଇ ଟ୍ରଲର ମଧ୍ୟରେ ମୁହାଁ ମୁହିଁ ଧକ୍କା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଭଦ୍ରକରୁ ସିମେଣ୍ଟ୍ ବୋଝେଇ କରି ରାଇରଙ୍ଗପୁର ଯାଉଥିବା ଟ୍ରକ ନାୟକ ବନ୍ଧ ଛକ ନିକଟରେ ଟାୟାର ଚେକ୍ କରୁଥିଲାବେଳେ ବାଲେଶ୍ବର ପଟୁ ଦୃତ ଗତିରେ ଅସୁଥିବା ପ୍ଲାୟ ବୋଝେଇ ଟ୍ରଲର ତାକୁ ଧକ୍କା ଦେଇଥିଲା ।
ଘଟଣାସ୍ଥଳରେ ବାଲେଶ୍ବର ବାହାବଳପୁର ଅଞ୍ଚଳର ଶଙ୍କର୍ଷଣ ମଣ୍ଡଳ ଓ ଭଦ୍ରକ ଅଞ୍ଚଳର ମନମୋହନ ସିଂଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ବର ପଟୁ ଆସୁଥିବା ପ୍ଲାୟ ବୋଝେଇ ଟ୍ରଲରର ଡ୍ରାଇଭର ମୟୁର ଭଞ୍ଜ ବଡଫେରା ଅଞ୍ଚଳର ଠାକୁର ସିଂଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ପଠାଯାଇଥିବାବେଳେ ବାଲେଶ୍ବର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ଜଣା ପଡିଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।