ଭଦ୍ରକ : ସୀମାରେ ଭାରତୀୟ ସୈନିକଙ୍କୁ ହତ୍ୟା କରିବା ପରେ ଏବେ ଚାଇନା ବିରୋଧୀ ସ୍ଵର ଜୋର ଧରୁଛି । ଚାଇନା ସହ ଯୁଦ୍ଧ ନକରି ଆର୍ଥିକ ମାନଦଣ୍ଡକୁ ଭାଙ୍ଗି ଚାଇନାକୁ ଧକ୍କା ଦେବା ନେଇ ଏବେ ସବୁଠି ସ୍ଵର ଶୁଭିଲାଣି । ଚାଇନାକୁ ବୁଲେଟରେ ଜବାବ ନଦେଇ ୱାଲେଟରେ ଜବାବ ଦେବାକୁ ନିବେଦନ । ଚାଇନା ସାମଗ୍ରୀକୁ ବୟକଟ କରିବା ପାଇଁ ଏବେ ଭଦ୍ରକର ଏକ ସାମାଜିକ ସଂଗଠନ ସହିଦ ଭଗତ ସେନା ପରିବାର ଜୋରଦାର ଅଭିଯାନ ଆରମ୍ଭକରିଛି । ସହର ଓ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଦଯାତ୍ରା ଓ କ୍ୟାମ୍ପେନ ଆରମ୍ଭ କରିଛି । ଦୋକାନ ଦୋକାନ ବୁଲି ଚାଇନା ସାମଗ୍ରୀକୁ ବିକ୍ରି ନକରିବା ପାଇଁ ନିବେଦନ କରାଯାଉଛି । ଯେଉଁ ଦୋକାନ ଗୁଡିକରେ ଚାଇନା ସାମଗ୍ରୀ ନାହିଁ ସେହି ଦୋକାନୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରୁଛି ସଂଗଠନ ।
ଯେଉଁ ଦୋକାନ ଗୁଡିକରେ ଚାଇନା ସାମଗ୍ରୀ ରହିଛି ସେହି ଦୋକାନୀକୁ ଆଉ ସେହି ସାମଗ୍ରୀର ଆମଦାନୀ ଓ ବିକ୍ରି ନକରିବା ନେଇ ଅନୁରୋଧ କରୁଛି । ଏମିତି କି ଦୋକାନ ଗୁଡିକରେ ଚାଇନାର ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଫଟୋ ଥାଇ ଚାଇନା ସାମଗ୍ରୀକୁ ବୟକଟ କରିବା ନେଇ ପୋଷ୍ଟର ମଧ୍ୟ ଲଗାଇଛି । ତେବେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବା ନେଇ ସୂଚନା ଦେଇଛି ସଂଗଠନ ।