Odia News Portal

ନୂତନ ମନ୍ଦିରକୁ ଗ୍ରାମଦେବତୀଙ୍କ ପ୍ରବେଶ

କେନ୍ଦ୍ରାପଡ଼ା : ରାଜନଗର ବ୍ଲକ ଓସ୍ତିଆ ପଞ୍ଚାୟତର ଗୋପପାଟଣା ଗ୍ରାମରେ ଆଜି ମା ଗିରିଜାଦେବୀ ମାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆଜି ହେଉଛି ଶ୍ରୀଗୁଣ୍ଡିଚା ଯାତ୍ରା ରେ ମା ନୂଆ ମନ୍ଦିରଙ୍କୁ ପ୍ରବେଶ କରିଛନ୍ତି । ସକାଳେ କଲଷ ଯାତ୍ରା ଆରମ୍ଭ ହୋଇଥିଲା ।

କଳଷ ଯାତ୍ରା ଶେଷ ହେବା ପରେ ପୁରୁଣା ମନ୍ଦିର ରୁ ନୂତନ ମନ୍ଦିର ଙ୍କୁ ମାଙ୍କ ମୂର୍ତି କୁ ସ୍ଥାନାନ୍ତରଣ କରାଯାଇଛି । ପୂଜକଙ୍କ ର ସମସ୍ତ ପ୍ରକାର ପୂଜାର୍ଚ୍ଚନା କରାଯାଇଛି । ଏହି କାର୍ଯ୍ୟରେ ଗ୍ରାମର ସମସ୍ତ ଲୋକମାନେ ଉପସ୍ଥିତ ରହିବା ସହିତ ସରକାର ଙ୍କ ସମସ୍ତ ନୀତିନିୟମ କୁ ପାଳନ କରାଯାଇଛି । ଦିନ ସାରା ପୂଜା କାର୍ଯ୍ୟ ଚାଲୁରହିବ । ଗ୍ରାମର ମୁରବିମାନେ ଏହି ପୁଜା ଯୋଗ ଦେଇଥିଲେ।