ଭୁବନେଶ୍ବର : ପୁଣି ରାଜ୍ୟବାସୀଙ୍କ ପାଇଁ ଖୁସିଖବର। ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦେଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଖୋର୍ଦ୍ଧାର ୩୩, ପୁରୀରୁ ୧୭, କଟକରୁ ୧୪, ମୟୁରଭଞ୍ଜରୁ ୧୩ ଜଣ ସୁସ୍ଥ ହୋଇଛନ୍ତି।
ସେହିପରି ଗଞ୍ଜାମରୁ ୧୦, କେଉଁଝରରୁ ୯, ଯାଜପୁରରୁ ୮, ନୂଆପଡାରୁ ୬ ସୁସ୍ଥ ହୋଇଥିବାବେଳେ କେନ୍ଦ୍ରାପଡା ଏବଂ ଜଗତସିଂହପୁରରୁ ୪ ଜଣ ଲେଖାଁଏ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୩, ବଲାଙ୍ଗୀରରୁ ୨ ଜଣ ଲେଖାଁଏ ସୁସ୍ଥ ହୋଇଥିବାବେଳେ କନ୍ଧମାଳ ଏବଂ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୩୯୮୮ରେ ପହଁଚିଲା।