Odia News Portal

ବିଶ୍ୱର ନଂ ୱାନ୍‌ ଏହି ଟେନିସ୍‌ ଷ୍ଟାରଙ୍କୁ କରୋନା !

ନୂଆଦିଲ୍ଲୀ : ବିଶ୍ୱର ନମ୍ୱର ୱାନ୍‌ ପୁରୁଷ ଟେନିସ୍‌  ଷ୍ଟାର  ନୋଭାକ୍ ଜୋକୋଭିକ୍‌ଙ୍କର କରୋନା ଭାଇରସ୍‌ ଟେଷ୍ଟ  ପଜିଟିଭ୍‌ ଆସିଛି । ସର୍ବିୟାର ଏହି ଟେନିସ୍‌ ଖେଳାଳି  ନିକଟରେ ସର୍ବିୟା ଓ କ୍ରୋଏସିଆରେ ଆୟୋଜିତ  ପ୍ରଦର୍ଶନୀ ପ୍ରତିଯୋଗୀତାରେ ଭାଗ ନେଇଥିଲେ ।  ଯେଉଁଠାରେ କିଛି ଖେଳାଳିଙ୍କୁ  କରୋନା ସଂକ୍ରମିତ ହେବାର ଜଣାପଡ଼ିଛି ।  ଏହାପରେ  ନୋଭାକ୍‌ ନିଜର  ପରୀକ୍ଷା କରାଇଥିଲେ ।

କହିରଖୁଛି କି , ଫାଇନାଲ ମ୍ୟାଚ୍‌ ରଦ୍ଦ ହେବା ପରେ ସେ କ୍ରୋଏସିଆ ଚାଲିଯାଇଥିଲେ ଏବଂ ବେଲଗ୍ରାଦରେ ତାଙ୍କର ଟେଷ୍ଟ ହୋଇଥିଲା । ଏହା ପୂର୍ବରୁ ପ୍ରଦର୍ଶନୀ ପ୍ରତିଯୋଗିତାରେ ଭାଗ ନେଉଥିବା ଭିକ୍ଟର ଟ୍ରୋଇକି ମଙ୍ଗଳବାର ଦିନ କହିଛନ୍ତି , ସେ ଓ ତାଙ୍କର ଗର୍ଭବତୀ ପତ୍ନୀ ଉଭୟ କରୋନା ଭାଇରସ୍‌ରେ ସଂକ୍ରମିତ ଅଛନ୍ତି। ସର୍ବିୟାର ଖେଳାଳି  ଟ୍ରୋଇକି ଦୁଇ ପର୍ଯ୍ୟାୟର ପ୍ରତିଯୋଗିତାର ପ୍ରଥମ ପର୍ଯ୍ୟାୟରେ  ବେଲଗ୍ରାମରେ ଜୋକୋଭିକ୍‌ଙ୍କ ବିପକ୍ଷରେ  ଖେଳିଥିଲେ ।  ଟ୍ରୋଇକି  ବିଶ୍ୱ ରାଙ୍କିଂରେ  ଶୀର୍ଷ  ୨୦ରେ  ସାମିଲ ହୋଇ ସାରିଛନ୍ତି ।

ବିଶ୍ୱର ନମ୍ୱର ୱାନ ଟେନିସ୍‌ ଖେଳାଳି  ଜୋକୋଭିକ୍‌  ଆଣ୍ଡ୍ରିଆ ଟୁର୍‌ର ଚେହେରା ଥିଲେ। ଆଣ୍ଡ୍ରିଆ ଟୁର୍‌ ପ୍ରଦର୍ଶନ ମ୍ୟାଚ୍‌ର ସିରିଜ୍‌ ଥିଲା , ଯାହାର ଆରମ୍ଭ  ସର୍ବିୟାର ରାଜଧାନୀରେ ହୋଇଛି ଏବଂ ଗତ ସପ୍ତାହ କ୍ରୋଏଶିଆର ଜଦରରେ ମ୍ୟାଚ୍‌ର ଆଯୋଜିତ ହୋଇଛି ।