Odia News Portal

ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ରକ୍ତଦାନ ଶିବିର

ଭୁବନେଶ୍ବର : ଆଜି ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପ ଠାରେ ସାମାଜିକ ସଂଗଠନ ସମର୍ପିତ ଓଡିଶା ଓ କମିଶନରେଟ ପୋଲିସର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରକୁ କମିଶନରେଟ ପୋଲିସ ଏସିପି ତଥା ଭାରତୀୟ ରେଡ୍କ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଲଳିତେନ୍ଦୁ ମହାନ୍ତି, ନୟାପଲ୍ଲୀ ଦୁର୍ଗା ପୂଜା କମିଟିର ସଭାପତି ପବିତ୍ର ମୋହନ ବେହେରା ଏବଂ ରାଜଧାନୀ ଭଷାଣି ସମିତିର ସମ୍ପାଦକ ନିତ୍ୟାନନ୍ଦ ବେହେରା ଉଦ୍ଘାଟନ କରିଥିଲେ। ଏହି କରୋନା ମହାମାରୀ ସମୟରେ ସାମାଜିକ ସଂଗଠନ ସମର୍ପିତର ଏହା କମିଶନରେଟ ପୋଲିସ ସହଭାଗିତାରେ ଷଷ୍ଠ ଓ ନିଜସ୍ୱ ୧୯ ତମ ରକ୍ତଦାନ ଶିବିର ଅଟେ।
ସମର୍ପିତର ସଦସ୍ୟ ଗଣେଶ ପରିଡା, ଅଭିଜିତ ବାରିକ, ଟ୍ଵିଙ୍କିଲ, କୃତିଦୀପ୍ତ ପରିଡା, ଆଦିତ୍ୟ, ଦୁର୍ଗା ଙ୍କ ସହ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାକୃତ ରକ୍ତଦାତା ମାନେ ସରକାରଙ୍କର କୋଭିଡ ନିୟମ ମାନି ରକ୍ତଦାନ କରିଥିଲେ । ସମର୍ପିତର ସମ୍ପାଦକ ସାର୍ଥକ କୁମାର ପରିଡା, ସୁଶୀଲକାନ୍ତ ପ୍ରଧାନ, ଓ ସାଇ ଶୁଭମ ଶିବିର ପରିଚାଳନା କରିଥିଲେ।