ଜଗତସିଂହପୁର : ଦେବୀ ନଦୀରେ ବୁଡ଼ି ଜଣେ ଛାତ୍ରୀ ମୃତ , ୩ ଗୁରୁତର । ନଦୀରେ ଟିକ୍ଟକ୍ କରୁଥିବା ବେଳେ ନଦୀ ଜଳରେ ଗୋଡ଼ ଖସି ଯାଇଥିଲା । ଫଳରେ ବୁଡ଼ି ଯାଇଥିଲେ ଜଣ ଛାତ୍ରୀ ।ଏହି ଅଘଟଣ ଜଗତସିଂହ ପୁର ଜିଲ୍ଲା ମାଛ ଗାଁ ପଞ୍ଚାୟତର ମଙ୍ଗଳପୁରରେ ଘଟିଛି ।
ଚାରିଜଣ ଯାକ ପାଣିରେ ବୁଡ଼ି ଯାଇଥିବା ବେଳେ ସେଠରେ ପହଁଞ୍ଚି ଗାଁଁ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ସେମାନଙ୍କୁ ପ୍ରଥମେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।