ଭୁବନେଶ୍ବର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୫ କରୋନା ଆକ୍ରାନ୍ତ। ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୪୯, ଖୋର୍ଦ୍ଧାର ୧୯, କଳାହାଣ୍ଡିର ୧୬, ଜଗତସିଂହପୁରର ୧୪, ବାଲେଶ୍ବରର ୭, କଟକର ୬, ଅନୁଗୁଳ, ଯାଜପୁର ଓ ପୁରୀର ୪ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି।
ସେହିଭଳି ସୁନ୍ଦରଗଡରେ ୩ ଜଣ ସୁସ୍ଥ ହୋଇଛନ୍ତି । ଏଥିସହିତ କେନ୍ଦୁଝର ଓ କେନ୍ଦ୍ରାପଡାରୁ ୨ ଲଖାଏଁ ସୁସ୍ଥ ଓ ବରଗଡ, ଭଦ୍ରକ, ଝାରସୁଗୁଡା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥ ମାନଙ୍କୁ ମିଶାଇ ଓଡିଶାରେ ମୋଟ ସୁସ୍ଥଙ୍କ ସଂଖ୍ୟା ୪୧୨୩ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ଟ୍ବିଟ କରି ସୂଚନା ଦେଇଛି