Odia News Portal

ସବୁର୍ଣ୍ଣପୁର ପୋଲିସ ଦ୍ବାରା ଗଞ୍ଜେଇ ଜବତ

ସୁବର୍ଣ୍ଣପୁର : ସବୁର୍ଣ୍ଣପୁର ପୋଲିସ ଦ୍ବାରା ଗଞ୍ଜେଇ ଜବତ। ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥର ହରଡଖୋଲ ଛକରେ ଟକ୍ରରେ ଚାଲାଣ ହେଉଥିବା ଗଞ୍ଜେଇକୁ ଜବତ କରିଛି ସୋନପୁର ପୋଲିସ। ଏକ ମାଲବାହୀ ଟ୍ରକ ଯୋଗେ ବୌଦ୍ଧ ଜିଲ୍ଲାରୁ ଆନ୍ଧ୍ରପ୍ରଦେଶକୁ ଗଞ୍ଜେଇ ଚାଲାଣ ହେଉଥିବା ଗାଡିରେ ସୋନପୁର ପୋଲିସ ଖବର ପାଇବା ପରେ ପିଛା କରିଥିଲା। ସୂଚନା ମୁତାବକ ଗାଡିଟି ଦ୍ରୁତ ଗତିରେ ପଳାଇବାରୁ ହରଡଖୋଲ ଫାଣ୍ଡିକୁ ଖବର ଦେଇଥିଲା ଟାଉନ ପୋଲିସ। ସେଠାରେ ପୋଲିସ ଗାଡିକୁ ଅଟକାଇ ତନାଘନା କରିବା ପରେ ଗଞ୍ଜେଥିବା ଜାଣିଥିଲା। ଏନେଇ ଘଟଣାସ୍ଥଳରେ ପୋଲିସ ଗାଡିର ଡ୍ରାଇଭର ଏବଂ ହେଲପରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ମୁତାବକ ଗାଡିରେ ପ୍ରାୟ ୫ କୁଇଣ୍ଟାଲ ଗଞ୍ଜେଇ ଥିବା ଜଣାପଡିବା ପରେ ଏହାର ମୂଲ୍ଯ ଆନୁମାନିକ ୨୦ ଲକ୍ଷରୁ ଅଧିକ ହେବ ବୋଲି ସୂଚନା ମିଳିଛି।