Odia News Portal

ସିମୁଳିଆରେ ବସ ଦୁର୍ଘଟଣା : ଜଣେ ମୃତ, ୧୦ ଆହତ

ସିମୁଳିଆ : ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ଜାମୁଝାଡି ନିକଟରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଥିବାର ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ ରାସ୍ତାରେ ପାର୍କିଂ କରିଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁଯାଇ ପଣ୍ଡିଚେରୀ ପ୍ରବାସୀମାନଙ୍କୁ ନେଇ ପାଟନା ଅଭିମୁଖେ ଏହି ବସ ଟି ଯାଉଥିବା ବେଳେ ଜାମୁଝାଡି ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା । ଫଳରେ ଏଭଳି ଦୁର୍ଘଟଣା ଘଟିଥିଲା । ସିମୁଳିଆ ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ସୋର ଡାକ୍ତଖାନାକୁ ପଠାଇଥିଲେ ଏବଂ ଡାକ୍ତରଖାନାରେ ହେଲପରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।