ଭୁବନେଶ୍ୱର : କରୋନା ମାଡରେ ଏବେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବାବେଳେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଘରୋଇ ଯୁକ୍ତ ଦୁଇ ମହାବିଦ୍ୟାଳୟ ଗୁଡିକ । ଏଗୁଡିକ ମଧ୍ୟରୁ ଅନେକରେ ତାଲା ଝୁଲିବା ଏକ ପକାର ନିଶ୍ଚିତ ହୋଇଥିବାବେଳେ ଏଠାରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ପ୍ରମାଦ ଗଣିଲେଣି । କେତେକ ତ ପେଟ ପୋଷିବାପାଇଁ ଅନ୍ୟ ବ୍ୟବସାୟ ଆରମ୍ଭ କରିଦେଲେଣି । ଚଳିତବର୍ଷ ମାଟ୍ରିକ ପରୀକ୍ଷା ପରେ ପରେ ଆରମ୍ଭ ହୋଇଗଲା କରୋନା ମହାମାରୀର ଉପଦ୍ରବ । ଫଳରେ ମାଟ୍ରିକ ଖାତା ଦେଖା ଆରମ୍ଭ ହୋଇପାରିଲା ନାହିଁ । ବହୁ ବାଧାବିଘ୍ନ ପରେ ଏବେ ମାଟ୍ରିକ ଖାତା ଦେଖା ଚାଲିଛି । କେବେ ଫଳ ବାହାରିବ ତାହାର କୌଣସି ନି୧⁄୨ିତତା ନାହିଁ । କରୋନା ସଂକ୍ରମଣ ଭୟରେ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ କୋଚିଂ ସେଣ୍ଟର ଗୁଡିକ ଖୋଲିବା ଉପରେ କଟକଣା ଲଗାଇଛନ୍ତି । ଫଳରେ ପ୍ରାୟତଃ ସବୁ ଶିକ୍ଷାନୁଷ୍ଠାନରେ ତାଲା ଝୁଲୁଛି । ଯେଉଁ କେତେକ କୋଚିଂ ସେଣ୍ଟର ଓ ଘରୋଇ ଶିକ୍ଷାକେନ୍ଦ୍ର ଅନ୍ଲାଇନ୍ ପାଠପଢା ଆରମ୍ଭ କରିଛନ୍ତି ସେଥିପ୍ରତି ଛାତ୍ରଛାତ୍ରୀମାନେ ବିମୁଖ । କାରଣ ମାଟ୍ରିପ ପରୀକ୍ଷା ଫଳ ଉପରେ ପ୍ରଶ୍ନଚିହ୍ନ ଲାଗି ଯାଇଥିବାରୁ ସେମାନେ କ’ଣ ପଢିବେ ତାହା ସ୍ଥିର କରିପାରୁ ନାହାନ୍ତି ।
ମାଟ୍ରିକ ପରୀକ୍ଷା ପରେ ପରେ ରାଜ୍ୟର ଘରୋଇ ମହାବିଦ୍ୟାଳୟ ବିଶେଷକରି ଯୁକ୍ତ ଦୁଇ ବିଜ୍ଞାନ କଲେଜ ଗୁଡିକ ଛାତ୍ରଛାତ୍ରୀ ଗୋଟାଇବା କାମରେ ଲାଗି ପଡିଥାନ୍ତି । ନିଜ ନିଜ କଲେଜକୁ କିଭଳି ଛାତ୍ରଛାତ୍ରୀମାନେ ଆସିବେ ସେଥିପାଇଁ ଅନେକ କଲେଜ କର୍ତ୍ତୃପକ୍ଷ ମାଗଣା କୋଚିଂ ଦେଇଥାନ୍ତି । ଘରକୁ ଘର ବୁଲି ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କୁ ନିଜ ଅନୁଷ୍ଠାନ ପ୍ରତି ଆକର୍ଷିତ କରିଥାନ୍ତି । ହେଲେ ଚଳିତବର୍ଷ ଏସବୁଥରେ ବିରାମ ଲାଗିଯାଇଛି । ରୋଜଗାର ଟଙ୍କାଟିଏ ହେଲେ ନାହିଁ । ଏପରିକି ଅନୁଷ୍ଠାନର କର୍ମଚାରୀଙ୍କୁ ଦରମା ଓ ଗାଡିରେ ତେଲ ପକାଇବା କଷ୍ଟକର ହୋଇଗଲାରି । କେତେକ ଯୁକ୍ତ ଦୁଇ କଲେଜ ତ ଘରଭଡା ଦେବାକୁ ଅର୍ଥ ପାଉନାହାନ୍ତି । ସେହିଭଳି ଯେଉଁ ଛାତ୍ରଛାତ୍ରୀମାନେ ବିଜ୍ଞାନ ପଢିବାପାଇଁ ଲକ୍ଷ୍ୟ ରଖିଥିଲେ ସେମାନେ ଧିରେ ଧିରେ କଳା ଓ ବାଣିଜ୍ୟ ଆଦି ପଢିବାପାଇଁ ମନସ୍ଥିର କରିବାରେ ଲାଗିଛନ୍ତି । ଏହାର କାରଣ ହେଉଛି କୋଚିଂ । କାରଣ କରୋନା ପ୍ରକୋପ ନିକଟ ଭବିଷ୍ୟତରେ କମିବାର ନାହିଁ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଉଥିବାରୁ ସରକାର କୋଚିଂ ସେଣ୍ଟର ଉପରେ କଟକଣା ଲଗାଇବାର ସମ୍ଭାବନା ଅଧିକ ରହିଛି ।
ଅଭିଭାବକମାନେ ମଧ୍ୟ ନିଜ ନିଜ ପିଲାଙ୍କୁ କୋଚିଂ ସେଣ୍ଟର ପଠାଇବା ପୂର୍ବରୁ ଶହେଥର ଚିନ୍ତା କରିବୋ ଅନ୍ୟ ପଟେ ଅନେକ ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡ ଧିରେ ଧିରେ ଦୋହଲିବାରେ ଲାଗିଛି । ସେମାନେ ପିଲାଙ୍କ ପାଇଁ ଅର୍ଥ କେଉଁଠୁ ଯୋଗାଡ କରିବେ ତାହା ବଡ ଚିନ୍ତାର କାରଣ ହେଲାଣି । ଅନକେ ଅଭିଭାବକ ପିଲାଙ୍କୁ ଘରୋଇ କଲେଜ ଅପେକ୍ଷା ସରକାରୀ କଲେଜରେ କମ୍ ଖର୍ଚ୍ଚରେ ପଢାଇବାକୁ ମନସ୍ଥିର କରୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ଛତୁ ଫୁଟିଲା ଭଳି ଗଢି ଉଠିଥିବା ଯୁକ୍ତ ଦୁଇ ବିଜ୍ଞାନ କଲେଜ ଗୁଡିକ ଏବେ ପ୍ରମାଦ ଗଣିଲେଣି । ଏଗୁଡିକ ମଧ୍ୟରୁ ଅନେକ ବନ୍ଦହେବା ଏକ ପ୍ରକାର ନି୧⁄୨ିତ । କେବଳ ଯୁକ୍ତ ଦୁଇ ଘରୋଇ କଲେଜ ନୁହେଁ, ଅନେକ ନାମୀ ଦାମୀ ଘରୋଇ ବିଦ୍ୟାଳୟରେ ଥିବା ଯୁକ୍ତ ଦୁଇ ସ୍ତରରେ ମଧ୍ୟ ଆସନ ଖାଲି ପଡିପାରେ । ସେହିଭଳି ଏହାର ପ୍ରଭାବ ଘରୋଇ ଇଞ୍ଜିନିୟରିଂ, ଡିପ୍ଲୋମା ଓ ଅନ୍ୟ ବୈଷୟିକ ଶିକ୍ଷାନୁଷ୍ଠାନ ଉପରେ ପଡିବ । ସେଥିରୁ ମଧ୍ୟ କିଛି ବନ୍ଦ ହେବ ବୋଲି ଶିକ୍ଷାବିତ୍ମାନେ ଆଶଙ୍କା ପ୍ରକାଶ କଲେଣି । ତେବେ ସବୁକିଛି କରୋନାର ସଂକ୍ରମଣ ହାର ଉପରେ ନିର୍ଭର କରୁଛି । କରୋନା ଭୟ ନଛାଡିବା ପର୍ଯ୍ୟନ୍ତ ଅନେକ ଶିକ୍ଷାନୁଷ୍ଠାନରେ ଯେ ତାଲା ଝୁଲିବ ଏଥିରେ କୌଣସି ସନ୍ଦେହ ନାହିଁ ।