ଭାଗ୍ୟ ବଦଳିବାକୁ ବେଶୀ ସମୟ ଲାଗେନି। ଏହି ଭାଗ୍ୟ କେତେବେଳେ ରାଜାକୁ ଫକିର କରିଛି ତ ଆଉ କେତେ ବେଳେ ଫକିରକୁ ରାଜା। ଏଭଳି ଏକ ଉଦାହରଣ ହେଉଛନ୍ତି ତାଞ୍ଜାନିଆର ଜଣେ ଶ୍ରମିକ। ଏକ ଖଣିରେ କାମ କରୁଥିବା ତାଞ୍ଜାନିଆର ଶ୍ରମିକ ଜଣକ ଖୋଳିବା ସମୟରେ ଦୁଇଟି ମୂଲ୍ୟବାନ ରତ୍ନପଥର ପାଇଥିଲେ,ଯାହାର ମୂଲ୍ୟ ହେଉଛି ୨୫ କୋଟି ଟଙ୍କା। ଖଣିରେ ଶ୍ରମିକ ଭାବରେ କାମ କରୁଥିବା ସାଇନିଉ ଲାଇଜର ଏବେ ରାତରାତି ଚର୍ଚ୍ଚାରେ ଆସିଯାଇଛନ୍ତି। ଗୋଟେ ଝଟକାରେ ତାଙ୍କ ଜୀବନ ହୋଇଯାଇଥିଲା ପରିବର୍ତ୍ତନ। ତେବେ ଜାଣନ୍ତି କି ସାଇନିଉ ମୋଟ ୩୦ଟି ସନ୍ତାନର ବାପା।
ସାଇନିଉଙ୍କୁ ଖଣିରେ ଖୋଳିବା ସମୟରେ ବାଇଗେଣୀ-ନୀଳ ରଙ୍ଗର ଦୁଇଟି ରତ୍ନ ପଥର ମିଳିଥିଲା। ଏହି ରତ୍ନ ବଦଳରେ ତାଞ୍ଜାନିଆ ସରକାର ତାଙ୍କୁ ୭.୭୪ ବିଲିୟନ ତାଞ୍ଜାନିଆ ଶିଲିଙ୍ଗ ଅର୍ଥାତ ୩.୩୫ ମିଲିୟନ ଡଲାର(ପ୍ରାୟ ୨୫ କୋଟି ୩୬ ଲକ୍ଷ ଟଙ୍କା)ର ଚେକ୍ ମିଳିଛି। ରିପୋର୍ଟ ଅନୁସାରେ, ସାଇନିଉଙ୍କର ୩୦ଟି ସନ୍ତାନ ରହିଛନ୍ତି ଓ ସେ ୪ଟି ବିବାହ କରିଛନ୍ତି। ରତ୍ନ ମିଳିବା ପରେ ସାଇନିଉ କହିଛନ୍ତି, ମୁଁ କଠିନ ପରିଶ୍ରମ କରୁଥିଲି ଓ ମନପ୍ରାଣ ଦେଇ କାମ କରୁଥିଲି। କିନ୍ତୁ ଏହି ରତ୍ନ ମୋତେ ମିଳିବ ତାହା କେବେ ଭାବିନଥିଲି। ତାଙ୍କୁ ଏକ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲ।
ଉତ୍ତର ତାଞ୍ଜାନିଆୀ ମନୟାରାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ଖଣି ମନ୍ତ୍ରୀ ସାଇମନ୍ ସମନାଜିଲା କହିଥିଲେ, ଏହା ଏକ ଐତିହାସିକ ସମୟ। ପୂର୍ବରୁ ଏଭଳି ବଡ ଆକାରର ଟେଞ୍ଜେନାଇଟ୍ ଦେଖିବାକୁ ମିଳିନଥିଲା। ବାଇଗଣୀ ରଙ୍ଗର ଏହି ଦୁର୍ଲଭ ପଥରକୁ ବ୍ୟାଙ୍କ ଅଫ୍ ତାଞ୍ଜାନିଆ କିଣିଛି। ବ୍ୟାଙ୍କ ସାଇନିଉଙ୍କୁ ଚେକ୍ ଆକାରରେ ଅର୍ଥ ଦେଇଥିଶ। ଏହି କାର୍ଯ୍ୟକ୍ରମର ସିଧାପ୍ରସାରର ମଧ୍ୟ କରାଯାଇଥିଲା।