Odia News Portal

ବିଷ ପିଇ ମା ସହିତ ଦୁଇ ପୁଅଙ୍କର ଆତ୍ମହତ୍ୟା

ବରଗଡ : ବରଗଡ ଜିଲ୍ଲାର ଚାରାପାଲି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ବିଷ ପିଇ ଗୋଟିଏ ପରିବାର ୩ ମୃତ।ଏପରି ଅଭାବନୀୟ ଘଟଣା ଘଟିଛି ବରଗଡ଼ ସଦର ଥାନା ଅନ୍ତର୍ଗତ ଖୁଣ୍ଟପାଲି ପଞ୍ଚାୟତ ଚାରପାଲି ଗ୍ରାମରେ । ମୃତ ତିନି ଜଣ ଗୋଟେ ଘରର ମାଁ ଓ ଦୁଇ ପୁଅ ହୋଇଥିବା ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ସମୟରେ ଚାରପାଲି ଗ୍ରାମର ଗୋଟେ ପରିବାରର ମାଁ ସହିତ ତାଙ୍କର ଦୁଇ ପୁଅ ତାଙ୍କ କ୍ଷେତରେ କୀଟନାଶକ ଖାଇ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ତେବେ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଚିକିତ୍ସିତ ଅବସ୍ଥାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ତେବେ କୌଣସି ପାରିବାରିକ କଳହକୁ ନେଇ ପରିବାରରେ ପ୍ରଥମେ ଗଣ୍ଡଗୋଳ ହୋଇଥିଲା ଏବଂ ପରେ ୫୫  ବର୍ଷର ମା ଉତ୍ତରା ବଞ୍ଛୋର ଓ ତାଙ୍କ ୨୧ ବର୍ଷର ପୁଅ ଜଗା ବଞ୍ଛୋର ଓ ୨୩ ବର୍ଷର  ପୁଅ ବଳିଆ ବଞ୍ଛୋର ସମସ୍ତେ କ୍ଷେତରେ କୀଟନାଶକ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ସମସ୍ତଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଡାକ୍ତରଖାନାକୁ ପହଞ୍ଚି ଶବକୁ ଜବତ କରିଛି ଆଜି ବିଳମ୍ବିତ ରାତ୍ରି ହୋଇଯାଇଥିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣା ପଡିଛି। ଘଟଣା ପରେ ଅଞ୍ଚଳରେ  ଶୋକର ଛାୟା ଖେଳିଯାଇଛି।