Odia News Portal

PF ଖାତାଧାରୀଙ୍କୁ ଝଟକା !

ନୂଆଦିଲ୍ଲୀ : ଆର୍ଥିକବର୍ଷରେ ଘୋଷଣା ହୋଇଥିବା ୮.୫% ଇପିଏଫ୍‌ ସୁଧହାରକୁ କମାଇବା ପାଇଁ ବିଚାର କରୁଛି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍‌ଓ) । ନିବେଶ ଉପରେ ରିଟର୍ଣ୍ଣ କମିବା ଏବଂ ନଗଦ ପ୍ରବାହ ଧୀମା ରହିବା ଯୋଗୁ ଏହା ଉପରେ ବିଚାର କରାଯାଉଥିବା ଜଣାଯାଇଛି । ଫଳରେ ଇପିଏଫ୍‌ଓର ୬ କୋଟି ସଦସ୍ୟଙ୍କୁ ସେମାନଙ୍କ ଅବସର ସଞ୍ଚୟରେ କମ୍‌ ସୁଧ ମିଳିବ ।

ମାର୍ଚ୍ଚ ପ୍ରଥମ ସପ୍ତାହରେ ୮.୫% ସୁଧ ହାର ଘୋଷଣା କରାଯାଇଥିଲା । ବର୍ତ୍ତମାନ ଯାଏ ଏହାକୁ ଅର୍ଥ ମନ୍ତ୍ରାଳୟର ମଞ୍ଜୁରି ମିଳିନାହିଁ । ଅର୍ଥ ମନ୍ତ୍ରାଳୟ ଅନୁମୋଦନ ଦେଲା ପରେ ହିଁ ଶ୍ରମ ମନ୍ତ୍ରାଳୟ ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ କରିପାରିବ ।