Odia News Portal

ଭୁବନେଶ୍ୱରରୁ ପୁଣି ୬ ନୂଆ କରୋନା ପଜିଟିଭ

ଭୁବନେଶ୍ୱର : ଆଜି ଭୁବନେଶ୍ୱର ମୁନିସିପାଲ ଅଂଚଳରୁ ଗତ ୨୪ ଘଣ୍ଟା ଭିତରେ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଏବେ ସହରରେ ୧୨୨ଟି ଆକ୍ଟିଭ କେସ ରହିଛି । ଆଜି ଚିହ୍ନଟଙ୍କ ମଧ୍ୟରେ ଜଣେ ଡୁମୁଡୁମା ଫେଜ-୧ ଅଂଚଳରୁ ୨୪ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ଆଜି ୧୯ ଜଣ କରୋନାରୁ ସୁସ୍ଥତା ଲାଭ କରିଛନ୍ତି ।

ତାଙ୍କର ବାଙ୍ଗାଲୋର ଟ୍ରାଭେଲ ହିଷ୍ଟ୍ରୀ ରହିଥିଲା । ଯେବେକି ନୟାପଲ୍ଲୀ ଆଇଆରସି ଭିଲେଜ ଅଂଚଳର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ କୋଲକାତାରୁ ଫେରିଥିବା ଜଣାଯାଇଛି । ଯେବେକି ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ଅଂଚଳର ୩୮ ବର୍ଷୀୟ ବ୍ୟକ୍ତିଙ୍କର ବି କରୋନା ପଜିଟିଭ ରିପୋର୍ଟ ଆସିଛି ।