ଗାଙ୍ଗଟକ: ପୂର୍ବୋତ୍ତର ପାହାଡି ରାଜ୍ୟ ସିକ୍କିମରେ ବିଗତ କିଛି ଦିନ ଧରି ଲଗାତାର ବର୍ଷା ପରେ ଭୂସ୍ଖଳନ ହୋଇଥିବାର ଖବର ମିଳିଛି । ଜୁନ ୨୮ ତାରିଖ ରବିବାର ରାଜ୍ୟର ପାସିଙ୍ଗଡାଙ୍ଗ ଗ୍ରାମରେ ଭୂମି ଧସିବା କାରଣରୁ କୌଣସି ପ୍ରାଣ ହାନି ହୋଇନଥିବା ବେଳେ ବ୍ୟାପକ ପରିମାଣର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବାର ଖବର ମିଳିଛି ।
ଏହି ଅଞ୍ଚଳରେ ଭୂସ୍ଖଳନର ପ୍ରଭାବ ଅନୁଭୂତ ହେବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘଟଣାସ୍ଥଳରୁ ସ୍ଥାନାନ୍ତର କରାଯାଇଥିଲା । ଏ ଘଟଣା ପରେ ରାଜ୍ୟର ଡିଜୋଙ୍ଗୁ ଅଞ୍ଚଳକୁ ଗାଡିମଟର ଯିବା ଆସିବା କରି ପାରୁନାହିଁ । ଅନ୍ୟପଟେ ଭୂସ୍ଖଳନ କାରଣରୁ ଉତ୍ତର ସିକ୍କିମର ଜିଲ୍ଲାର ମୁଖ୍ୟାଳୟର ମାଙ୍ଗାନର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।