Odia News Portal

ରଜନୀକାନ୍ତ ସିଂ ନିଦ୍ୱର୍ନ୍ଦରେ ବିଧାନସଭାର ଉପ-ବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର : ନିଦ୍ୱର୍ନ୍ଦରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜନୀକାନ୍ତଙ୍କ ନାଁ ପ୍ରସ୍ତାବ କରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ସମର୍ଥନ କରିଥିଲେ । ପରେ ସର୍ବସମ୍ମତି କ୍ରମେ ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଥିଲେ ରଜନୀକାନ୍ତ ।