Odia News Portal

ବଜ୍ରକାପ୍ତା ଚୋରା ଚାଲାଣରେ ପ୍ରଧାନ ଶିକ୍ଷକ ଗିରଫ

ଆଠଗଡ଼ : ଚୋରା ଚାଲାଣ ବେଳେ ବିରଳ ଜୀବ ବଜ୍ରକାପ୍ତା ଉଦ୍ଧାର। କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଚୋରା ଚାଲାଣ କରାଯାଉଥିବା ସମୟରେ ଧରାପଡ଼ିଛି ଏଇ ଜୀବଟି । ଏହି ଘଟଣା ସମ୍ପର୍କରେ ଜଣେ ପ୍ରଧାନ ଶିକ୍ଷକଙ୍କୁ ଗିରଫ କରାଯାଇଛି।

ବ୍ରଜକାପ୍ତା ଚୋରା ଚାଲାଣରେ ଜଣେ ପ୍ରଧାନ ଶିକ୍ଷକ ଗିରଫ। ଗିରଫ ଶିକ୍ଷକ ଜଣକ ହେଉଛନ୍ତି ଶ୍ୟାମସୁନ୍ଦର ବେହେରା। ରିପୋର୍ଟ ଅନୁଯାୟୀ ଢେଙ୍କାନାଳ ଭଡାଘରୁ ଗିରଫ କଲା ଖୁଣ୍ଟୁଣି ବନବିଭାଗ। ଏନେଇ ଆଗରୁ ପ୍ରଧାନ ଶିକ୍ଷକଙ୍କ ନାମରେ ମାମଲା ଥିବା ସୂଚନା ମିଳିଛି।