Odia News Portal

ସାଧାରଣ ଲୋକଙ୍କ ଉପରେ ହେଲା ମହଙ୍ଗା ମାଡ

ସାଧାରଣ ଲୋକଙ୍କ ଉପରେ ହେଲା ମହଙ୍ଗା ମାଡ। ପୁଣି ୪.୫୦ ଟଙ୍କା ବଢ଼ିଲା ରନ୍ଧନ ଗ୍ୟାସ ସିଲିଣ୍ଡର ଦର। ଲଗାତର ଦ୍ୱିତୀୟ ମାସ ଧରି ଏହି ଦର ବୃଦ୍ଧି ପାଉଛି। ଇଣ୍ଡିଆନ ଅଏଲର ବିନା ସବସିଡି ୧୪.୨ କିଲୋର ସିଲିଣ୍ଡର ଆଜି ଠାରୁ ଦିଲ୍ଲୀ ଏବଂ ମୁମ୍ବାଇ ଉଭୟ ସ୍ଥାନରେ ୫୯୪ ଟଙ୍କାରେ ମିଳିବ। ଦିଲ୍ଲୀରେ କେବଳ ୧ ଟଙ୍କା ବୃଦ୍ଧି ପାଇଛି ଏବଂ ମୁମ୍ବାଇରେ ୩.୫ ଟଙ୍କା ପ୍ରତି ସିଲିଣ୍ଡର ବଢ଼ିଛି। କୋଲକାତାରେ ପ୍ରତି ସିଲିଣ୍ଡର ୪.୫୦ ଟଙ୍କା, ଚେନ୍ନାଇରେ ପ୍ରତି ସିଲିଣ୍ଡର ୪ ଟଙ୍କା ବୃଦ୍ଧି ପାଇଛି। ଇଣ୍ଡିଆନ ଅଏଲ ଦେଶର ସବୁଠାରୁ ବଡ ଇନ୍ଧନ ରିଟେଲର ବ୍ରାଣ୍ଡ ଇଣ୍ଡେନ ଦ୍ୱାରା LPG ଡିଷ୍ଟ୍ରିବ୍ୟୁଟ କରିଥାଏ।

ଜୁଲାଇ ୧ ତାରିଖରୁ ଦିଲ୍ଲୀ, ମୁମ୍ବାଇରେ ଇଣ୍ଡିଆନ୍‌ ଅଏଲ ଉପଭୋକ୍ତାଙ୍କୁ ଅଣ ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ପ୍ରତ୍ୟେକ ରିଫିଲ ପାଇଁ କ୍ରମଶଃ ୫୯୪ ଟଙ୍କା ଦେବାକୁ ହେବ। ଗତ ମାସ ଦିଲ୍ଲୀରେ LPG କ୍ଷୁଦ୍ର ବିକ୍ରି ମୂଲ୍ୟରେ ୧୧.୫୦ ପ୍ରତି ସିଲିଣ୍ଡର ବୃଦ୍ଧି ହୋଇଥିଲା।

LPG ସିଲିଣ୍ଡରର ନୂଆ ଦାମ

ଦିଲ୍ଲୀ : ୫୯୪ ଟଙ୍କା ପ୍ରତି ସିଲିଣ୍ଡର

ମୁମ୍ବାଇ : ୫୯୪ ଟଙ୍କା ପ୍ରତି ସିଲିଣ୍ଡର

କୋଲକାତା : ୬୨୦ ଟଙ୍କା ପ୍ରତି ସିଲିଣ୍ଡର

ଚେନ୍ନାଇ : ୬୧୦ ଟଙ୍କା ପ୍ରତି ସିଲିଣ୍ଡର

ସେହିପରି ଭୁବନେଶ୍ୱରରେ ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ବିଷୟରେ କହିବା ତ ଦାମ ବଢ଼ିବା ପରେ ୬୨୧.୫୦ ଟଙ୍କା ହୋଇଛି ଯାହା ପୂର୍ବରୁ ୬୧୯ ଟଙ୍କା ଥିଲା।

ତେବେ ବର୍ତ୍ତମାନ ସମୟରେ ସରକାର ଏକ ବର୍ଷରେ ପ୍ରତ୍ୟେକ ଘରେ ୧୪.୨ କିଲୋଗ୍ରାମର ୧୨ ସିଲିଣ୍ଡର ଉପରେ ସବସିଡି ଦେଇଥାଏ। ଏହାଛଡା କିଣାବିକା ଉପରେ ଉପଭୋକ୍ତା ବଜାର ମୂଲ୍ୟ ଅନୁଯାୟୀ ସିଲିଣ୍ଡର କିଣିପାରିବେ। ୧୨ ରିଫିଲର ବାର୍ଷିକ କୋଟେରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବସିଡି ରାଶି ମାସକୁ ମାସ ବଦଳିଥାଏ। ତେବେ ଏହାର ଦାମ କଞ୍ଚା ତୈଳ ଦର ଏବଂ ବିଦେଶୀ ମୁଦ୍ରା ଭଳି କାରକ ଦ୍ୱାରା ନିର୍ଦ୍ଧାରିତ କରାଯାଇଥାଏ।