Odia News Portal

ଡୁମୁଡୁମା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର : ଭୁବନେଶ୍ୱରର ଡୁମୁଡୁମା ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ ଜୋନ। ସୁବାସ ନଗର ବସ୍ତି ଅଞ୍ଚଳରୁ କଣ୍ଟେନମେଣ୍ଟ ହଟିଥିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ସୁବାସନଗର ବସ୍ତିରୁ ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଗତ ୨୦ ତାରିଖରେ ବିଏମସି ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରିଥିଲା। ଆକ୍ରାନ୍ତଙ୍କର କୌଣସି ଟ୍ରଭେଲ ହିଷ୍ଟ୍ରି ନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା।

କହିରଖୁଛୁ ଯେ ଆଜି ଭୁବନେଶ୍ୱରରେ ଆଉ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭଙ୍କ ଭିତରୁ ହୋମ୍ କ୍ୱାରେଣ୍ଟାଇନରୁ ୪ ଓ ଲୋକାଲ କେସ ୮ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହାକୁ ମିଶାଇ ଭୁବନେଶ୍ବରରେ ସମୁଦାୟ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ୧୯୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ୧୩୫ଟି ଆକ୍ଟିଭ୍ କେସ୍ ରହିଛିି।