Odia News Portal

ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ

ବରଗଡ : ଭିଜିଲାନ୍ସ କବଜାରେ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ । ବରଗଡ ଅବକାରୀ ବିଭାଗ ସୁପରିଟେଣ୍ଡଣ୍ଟ ମକରଧ୍ବଜ ବର୍ଗେଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ କରାଯାଇଛି । ମକରଧ୍ବଜଙ୍କ ବରଗଡ ଅଫିସ ସମେତ ବାସଭବନ, ବଲାଙ୍ଗିର, ସୋନପୁର, ସମ୍ବଲପୁର, ବୁର୍ଲାରେ ଏକକାଳୀନ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିବା ସୂଚନା ମିିଳିଛି ।

ବଲାଙ୍ଗିର ଗାନ୍ଧିନଗରପଡାରେ ତାଙ୍କ ଭଡା ଦେଇଥିବା ଘରେ ବଲାଙ୍ଗିର ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଛି। ସମ୍ବଲପୁର ସ୍ଥିତ ତାଙ୍କ ନିଜ ଘର ସହ ବରଗଡରେ ଥିବା ଘରେ ମଧ୍ୟ ଚଢାଉ କରାଯାଉଛି । ସେହିପରି ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି ।