Odia News Portal

ୱାର୍ଡ ନଂ ୩୯ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ବର : ବନମହୋତ୍ସବ ସପ୍ତାହରେ ପବିତ୍ର ସୁନାବେଶ ଉପଲକ୍ଷେ ନୟାପଲ୍ଳୀ ୱାଡ ନଂ୩୯ର ନୂଆସାହି ଓ ଶାସ୍ତ୍ରୀ
ନଗରରେ ସମାଜସେବୀ ତଥା ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟଙ୍କ ନେତୃତ୍ୱରେ ମହାବୀର ସାମାଜିକ ସଂଗଠନ ଓ ଟ୍ରି ଫର ଲାଇଫ ର ମିଳିତ ସହଯୋଗରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବଉଳ , କଦମ୍ବ , ପେସ୍ତାବାଦାମ, ବେଲ , ନିମ୍ବ , ପଣସ , ଜାମୁକୋଳି , ଅଂଳା, ଟଗର, କନିଆରୀ ଓ ମନ୍ଦାର ପ୍ରଭୃତି ବୃକ୍ଷ ସବୁ ରୋପଣ
କରାଯାଇଥିଲା ।

ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭୁବନେଶ୍ୱରର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ  ଜେନା ମୁଖ୍ୟ ଅତିଥି ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବୃକ୍ଷ ପ୍ରେମୀ ମାନଙ୍କୁ ବୃକ୍ଷ  ରୋପଣ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାସ୍ତ୍ରୀ ନଗର ଉନ୍ନୟନ
ପରିଷଦର ସାଧାରଣ ସଂପାଦକ ଅଶୋକ ବେହେରା ବରିଷ୍ଠ ନାଗରିକି ସଂଘର ସଭାପତି ରାହାସ ବିହାରୀ ପାଣି ସାଧାରଣ ସଂପାଦକ ଶ୍ୟାମ ସୁନ୍ଦର ସାହୁ , ଭୁବନେଶ୍ୱରୀ ମହିଳା ମହାସଂଘର ସଂପାଦିକା ପୁଷ୍ପଲତା ବିଶ୍ୱାଳ , କୋଷାଧକ୍ଷ, ପ୍ରତିମା ମିଶ୍ର, ଶାସ୍ତ୍ରୀ ନଗର ମହିଳା ସାମାଜିକ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତି ଉତ୍ତମା ପ୍ରହରାଜ କୋଷାଧ୍ୟକ୍ଷ ଅନ୍ନପୁର୍ଣ୍ଣା ଦାସ ବରିଷ୍ଠ ନାଗରିକ ଶତ୍ରୁଘନ୍ନ ବାହିନୀ ପତି. ସ୍ନେହଲତା ଦାସ , ରମାନାଥ ସାମନ୍ତରାୟ, ମନୋରଂଜନ ନାୟକ ,

ଅନିଲ ମହାନ୍ତି , ଦୁଶାସନ ଗୁମାନସିଂ , ସତ୍ୟବାନ ସାହୁ , ଅନୁଜ ଚନ୍ଦନ ନାୟକ, ସୁମନ କୁମାର ଜେନା , ସାଗର ବଳବନ୍ତରାୟ, ପ୍ରତାପ ପ୍ରଧାନ , ପବିତ୍ର ବଳିଆରସିଂ ଙ୍କ ସମେତ ମହାବୀର ସାମାଜିକ ସଂଗଠନର ସମସ୍ତ ସଦସ୍ୟ ଓ ଅଂଚଳର ଅନେକ ଲୋକ ଉପସ୍ଥିତ ଥିଲେ । ଅଗାମୀ ଦିନରେ ନୟାପଲ୍ଲୀ ଅଂଚଳରେ ଅନେକ ବୃକ୍ଷ ରୋପଣ କରାଯିବ ବୋଲି ସମାଜସେବୀ ମିଲନ କୁମାର ପାଇକରାୟ ସୂଚନା ଦେଇଛନ୍ତି ।