ଭୁବନେଶ୍ବର : ଆଜି ପ୍ରବିତ୍ର ସୁନାବେଶ ଅବସରରେ ଭିଏସସନଗରେ “ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ” ର ଲୋଗୋ ଉନ୍ମୋଚନ କରାଯିବା ସହିତ ଆଗାମୀ ଦିନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରାଯାଇପାରିବାପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଗଲା । ପ୍ରଥମ କାର୍ଯ୍ୟକ୍ରମ ଭାବେ ବିଶ୍ଵ ପରିବେଶ ସୁରକ୍ଷା ପାଇଁ ୧୦୦୦ରୁ ଉର୍ଦ୍ଧ ବୃକ୍ଷରୋପଣ କରାଯିବା, ଓ ବିଦ୍ୟାଳୟ ଖୋଲିଲେ ବସ୍ତି ଅଞ୍ଚଳରେ ବସବାସ କରୁଥିବା ପିଲାମାନଙ୍କୁ ମାଗଣା କୋଚିଂର ବ୍ୟବସ୍ଥା କରାଯିବ ବୋଲି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରତିଷ୍ଠାତା ଡ଼ଃ ପ୍ରକାଶ ତ୍ରିପାଠୀ ଜଣାଇଛନ୍ତି ।
ଏବଂ ଆଗାମୀ ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା :- ରକ୍ତଦାନ ଶିବିର, ଅସହାୟଙ୍କୁ ସାହାଯ୍ୟ, ମହିଳା ସଶକ୍ତିକରଣ,ବସ୍ତି ସଂଫେଇ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଟ୍ରଷ୍ଟର ସଂଯୋଜକ ଲୋକେଶ କୁମାର, ଦୀପକ ନଏକ ଓ ଅନ୍ୟାନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ନିଷ୍ପତି ନିଆଯାଇଛି।