Odia News Portal

ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖାଦ୍ୟ ବଣ୍ଟନ ୧୦୦ ଦିନରେ ପହଁଚିଲା

ଭୁବନେଶ୍ବର : କରୋନା ମହାମାରୀ ପାଇଁ ସରକାର ଙ୍କ ପକ୍ଷରୁ ତାଲା ବନ୍ଦ ଘୋଷଣା ହେବାର ଦ୍ଵିତୀୟ ଦିନରୁ ସାମାଜିକ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ନିରନ୍ତର ଭାବେ ଖାଦ୍ୟ ଯୋଗାଣ ଚାଲିଛି।ଏହି ୧୦୦ ଦିନ ଭିତରେ ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ,ବିଭିନ୍ନ ଗରିବ ଅସହାୟ ଲୋକ ମାନଙ୍କୁ ମଧ୍ୟ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ କରାଯାଉଥିଲା।ଆଜି କୁ ୧୦୦ ଦିନ ହେବ ପ୍ରତ୍ୟେକ ସଂଧ୍ୟା ରେ ସମର୍ପିତ ର ସ୍ୱେଚ୍ଛାସେବୀ ମାନେ ରାସ୍ତାକଡରେ ବୁଲୁଥିବା ଗାଈ ଗୋରୁ, ଷଣ୍ଢ ଓ କୁକୁର ମାନଙ୍କୁ ମଧ୍ୟ ଖାଦ୍ୟ ବଣ୍ଟନ କରି ଆସୁଥିଲେ।

ଆଜି ୧୦୦ ଦିନ କାର୍ଯ୍ୟକ୍ରମ ରେ ସମର୍ପିତ ର ଗଣ ମାଧ୍ୟମ ସଂଯୋଜକ ସୌମ୍ୟ ରଞ୍ଜନ ପ୍ରଧାନ, ସମ୍ପାଦକ ସାର୍ଥକ କୁମାର ପରିଡା, ସୁଶୀଲକାନ୍ତ ପ୍ରଧାନ, ଙ୍କ ସମେତ ସଦସ୍ୟ ବିଶ୍ୱଜିତ ଲେଙ୍କା, ଗଣେଶ ପରିଡା, କୃତିଦୀପ୍ତ ପରିଡା, ସର୍ବେଶ୍ୱର ସାହୁ ଓ ବରିଷ୍ଠ ସଦସ୍ୟ ଅକ୍ଷୟ କୁମାର ଦାସ ଉପସ୍ଥିତ ଥିଲେ।