Odia News Portal

ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରୋଟାରୀ କ୍ଲବ ଭୁବନେଶ୍ୱର, ତୋଷାଳୀର କର୍ମକର୍ତ୍ତା । କ୍ଲବର ଯୁବ ସଦସ୍ୟମାନେ ସ୍ଥାନୀୟ ୮ନମ୍ବର, ଡେଲଟା ଛକ, ବରମୁଣ୍ଡା, ଜାତୀୟ ରାଜପଥ କଡ ଓ ବିଭିନ୍ନ ବିଦ୍ୟାଳୟ ପ୍ରାଙ୍ଗଣରେ ଏକାଧିକ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରୋଟାରିଆନ ସୁକାନ୍ତ କୁମାର ସାହୁ, ସଚିନ କୁମାର ମେର୍ଲି, ସୌରଭ ସାହୁ, ମାଣିକ ପ୍ରଧାନ, ଶାସ୍ୱତ ସାହୁ ଓ ପ୍ରିୟ ରଞ୍ଜନ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ରୋଟାରୀ କ୍ଲବ ନିଜସ୍ୱ ଉଦ୍ୟମରେ ଜାମୁ, ଆମ୍ବ, ଶିଶୁ, ବଉଳ, ବର, ୱସ୍ତ ଭଳି ଛାଇ ଓ ଫଳ ପ୍ରଦାନ କରୁଥିବା ଗଛ ଗୁଡିକୁ ଲଗାଯାଇଛି । ବୃକ୍ଷରୋପଣ ସଂକ୍ରାନ୍ତରେ ରୋଟାରୀଆନ ସୁକାନ୍ତ କୁମାର ସାହୁ କହିଛନ୍ତି ଯେ କରୋନା ମହାମାରୀ ସତ୍ୱେ ପ୍ରତିବର୍ଷ ଭଳି ଚଳିତ ବର୍ଷାଋତୁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମୀ ଦିନରେ ସହରର ବିଭିନ୍ନ ଖାଲି ସ୍ଥାନ ଓ ବିଦ୍ୟାଳୟ ପରିସରରେ ବ୍ଲକ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ ସହିତ ଏହାର ରକ୍ଷଣା ବେକ୍ଷଣ କରାଯିବ ।