Odia News Portal

ଆଜିଠାରୁ ବାହାରିବ ନୀଳାଚଳ ଅଭଡା

ପୁରୀ : ନୀଲାଦ୍ରିବିଜେ ସହ ଶେଷ ହୋଇଛି ମହାପ୍ରଭୁଙ୍କ ନବଦିନାତ୍ମକ ଘୋଷଯାତ୍ରା । ଆଜିଠାରୁ ଶ୍ରୀମନ୍ଦିର ରତ୍ନବେଦୀରେ ପୂଜାପାଇବେ ମହାପ୍ରଭୁ । ଗତକାଲି ରାତିରେ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ନିଆଯାଇ ରତ୍ନବେଦୀରେ ବିଜେ ପରେ ବଡସିଂହାର ବେଶ କରାଯାଇ ପହୁଡ କରାଯାଇଥିଲା।

ଆଜିଠାରୁ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି କରାଯିବା ସହ ନୀଳାଚଳ ଅଭଡା ବାହିରବ। ତେବେ କୋଭିଡ କଟକଣା ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ମନା ଥିବାବେଳେ ସୁଆର, ମହାସୁଆର ଓ ନିଯୋଗ ସହାୟତାରେ ଭକ୍ତମାନେ ମହାପ୍ରସାଦ ପାଇପାରିବେ।