Odia News Portal

ଆଜି ୪୬୯ କରୋନା ପଜିଟିଭ୍‌ : ସଂଖ୍ୟା ୯ ହଜାର ପାର୍‌

ଭୁବନେଶ୍ୱର : ରାଜ୍ୟରେ ସ୍ଥିତି ଭୟଙ୍କର । ବିସ୍ଫୋରକ ରୂପ ନେଲାଣି କରୋନା ସଂକ୍ରମଣ । ଆକ୍ରାନ୍ତଙ୍କ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ି ଚାଲିଛି । ଓଡ଼ିଶାରୁ ୪୬୯ କରୋନା ପଜିଟିଭ୍‌ ବାହାରିଛନ୍ତି । କରୋନାର ଏଭଳି କରାଳ ରୂପ ଦେଖି ସାରା ରାଜ୍ୟ ଆତଙ୍କିତ ହୋଇଛି। ଉପକୂଳରୁ ଆଭ୍ୟନ୍ତରୀଣ, ସହରରୁ ଗାଁ ସବୁଠି ମାଳମାଳ ପଜିଟିଭ୍‌ ବାହାରିଛନ୍ତ। ୩୧୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୫୨ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ଅମ୍ଫାନ୍ ପୁନଃରୁଦ୍ଧାର କାମ ସାରି ପଶ୍ଚିମବଙ୍ଗରୁ ଫେରିଥିବା ଏନ୍‌ଡିଆର୍‌ଏଫ ୪ଜଣ ଯବାନ ସଂକ୍ରମିତ ହୋଇଛନ୍ତି।

ଆଜି ଓଡିଶାର ୨୦ଟି ଜିଲ୍ଲାରୁ ୪୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୧୬ ଜଣ, କଟକରୁ ୯୪ ଜଣ, ସୁନ୍ଦରଗଡ଼ରୁ ୬୬ ଜଣ, ଖୋର୍ଦ୍ଧାରୁ ୨୭ ଜଣ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ ୨୫ଜଣ ଲେଖାଏଁ, ନୟାଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୬ ଜଣ, ସମ୍ବଲପୁରରୁ ୧୩ ଜଣ, ଗଜପତିରୁ ୧୨ଜଣ, ଅନୁଗୁଳରୁ ୧୧ଜଣ, ବଲୋଶ୍ବର ଓ ପୁରୀ ଜିଲ୍ଲାରୁ ୮ଜଣ ଲେଖାଏଁ, ମୟୂରଭଞ୍ଜରୁ ୬ଜଣ, କେନ୍ଦ୍ରାପଡ଼ାରୁ ୫ଜଣ, ବଲାଙ୍ଗୀରରୁ ୩ଜଣ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୨ଜଣ ଲେଖାଏଁ, କନ୍ଧମାଳ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନା ମୁତାବିକ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୩୦୯୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୯୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।