Odia News Portal

ସୁସ୍ଥ ହେଲେ ଆଜିର ଆଉ ୨୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : ସୁସ୍ଥ ତାଲିକାରେ ଯୋଡି ହେଲେ ଆଜିର ଆଉ ୨୯୦ ଜଣ। ଆଜି ଆଉ ୨୯୦ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୯୯ ଜଣ,ଗଜପତିର ୫୬ ଜଣ, ଝାରସୁଗୁଡାର ୩୩ ଜଣ, କଟକର ୧୬ ଜଣ,ନବରଙ୍ଗପୁରର ୧୬ ଜଣ, ବାଲେଶ୍ବରର ୧୫ ଜଣ, ସମ୍ବଲପୁରର ୧୧ ଜଣ, ଖୋର୍ଦ୍ଧାରୁ ୧୦ ଜଣ, ମୟୂରଭଞ୍ଜରୁ ୮ ଜଣ, କେନ୍ଦୁଝରରୁ ୬ ଜଣ, ପୁରୀରୁ ୬ ଜଣ,ଜଗତସିଂହପୁରରୁ ୫ ଜଣ,ୟନାଗଡରୁ ୩ ଜଣ,ବରଗଡ ଓ କୋରାପୁଟରୁ ୨ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ଯାଜପୁର ଓ ସୁନ୍ଦରଗଡରୁ ଜଣେ  ଲଖାଏଁ ଆଜି ରେକର୍ଡ ସଂଖ୍ୟା  ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ  କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ ମିଶାଇ ଓଡିଶାରେ ସୁସ୍ଥ ସଂଖ୍ୟା ପହଞ୍ଚିଲା ୬୨୨୪ରେ।