ଚଳିତବର୍ଷ ନଭେମ୍ବରରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏମିତିରେ ରାଷ୍ଟ୍ରପତି ଟ୍ରମ୍ପ ଦେଶରେ ବ୍ୟାପିଥିବା ସ୍ୱାସ୍ଥ୍ୟ ସଙ୍କଟକୁ ନେଇ ଲୋକଙ୍କ ଟାର୍ଗେଟରେ ରହିଛନ୍ତି। ଅନ୍ୟପଟେ କିମ୍ କାରର୍ଦଶିୟାନଙ୍କ ସ୍ୱାମୀ ତଥା ରାପର କାନେଢ ବେଷ୍ଟ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଘୋଷଣା କରିଛନ୍ତି।
କାନ୍ୟେ ଟ୍ଵିଟ୍ କରିଛନ୍ତି, ‘ ଏବେ କେବଳ ଈଶ୍ୱରଙ୍କ ଉପରେ ଭରସା, ଏହାପରେ ଆମେରିକାରର ଭବିଷ୍ୟ କ’ଣ ହେବ, ନିଜର ଦୃଷ୍ଟିକୋଣକୁ ପରିବର୍ତ୍ତନ କରିବାକୁ ହେବ ଏବଂ ଭବିଷ୍ୟର ନିର୍ମାଣ କରିବାକୁ ହେବ। ମୁଁ ଆମେରିକା ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଲଢିବାକୁ ଚାହୁଁଛି ! #2020VISION ‘
କାନ୍ୟେଙ୍କ ଟ୍ଵିଟ୍କୁ ସମର୍ଥନ କରି ରିଟ୍ଵିଟ୍ କରିଛନ୍ତି ପତ୍ନୀ କିମ୍। ଏହାକୁ ଟ୍ଵିଟ୍ କରିବା ପରେ କିମ୍ ଚର୍ଚ୍ଚାର ପରିସରକୁ ଆସିଛନ୍ତି। କିଛି ଲୋକ ଆମେରିକାର ଫାଷ୍ଟ ଲେଡି ବୋଲି କହୁଥିବା ବେଳେ ଆଉ କିଛି ଲୋକ ଟ୍ରୋଲ କରୁଛନ୍ତି। କିମ୍ଙ୍କ ଛଡା କାନ୍ୟେଙ୍କୁ ଏଲନ ମସ୍କ ମଧ୍ୟ ସମର୍ଥନ ଜଣାଇଛନ୍ତି। ସୂଚନାଯୋଗ୍ୟ, କାନ୍ୟେ ୨୦୧୫ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଚାହୁଁଥିଲେ ଏବଂ କହିଥିଲେ, ଏମିତି ଏକ ସମୟ ଆସିବ ଯେତେବେଳେ ମୁଁ ଆମେରିକାର ରାଷ୍ଟ୍ରପତି ହେବି।
ସୂଚନାଯୋଗ୍ୟ, କାନ୍ୟେ ଏବଂ କିମ୍ ୨୦୧୪ରେ ବିବାହା କରିଥିଲେ। କାନ୍ୟେଙ୍କୁ ବିବାହ କରିବା ପୂର୍ବରୁ ଦୁଇଥର ବିବାହ କରିସାରିଛନ୍ତି କିମ୍ କିମ୍ କାରର୍ଦଶିୟାନ। ଏହାଛଡା ଆମେରିକାରେ ମିନିୟାପୋଲିସ ଅଶ୍ୱେତ ଜର୍ଜ ଫ୍ଲୋଏଡକୁ ହତ୍ୟା କରିବା ପରେ ଆମେରିକାରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା। ଯାହା ପରେ ଟ୍ରମ୍ପଙ୍କ ବିରୋଧ କରୁଥିବା ଦେଖିବାକୁ ମିଳିଛି।