Odia News Portal

ଏହି ରାଜ୍ୟରେ ପୁରା ବର୍ଷେ ବଢିଲା କରୋନା କଟକଣା

ମାସେ ନୁହେଁ କି ଦୁଇ ମାସ ନୁହେଁ । ବର୍ଷେ ବଢିଲା କରୋନା କଟକଣା । କଟକଣା ବଢାଇଛନ୍ତି କେରଳ ସରକାର । ୧ ବର୍ଷ ପର୍ଯ୍ୟନ୍ତ ସାମଜିକ ଦୂରତା ଏବଂ ଫେସ୍‌ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ନିୟମ ଖିଲାପ କଲେ ୧୦ ହଜାର ଟଙ୍କା ଜରିମାନା ସହ ୨ ବର୍ଷ ଜେଲ ଭୋଗିବାକୁ ପଡ଼ିବ । ଏପିଡେମିକ ଡିଜିଜ୍‌ ଆକ୍ଟରେ ସଂଶୋଧନ ଆଣିଛନ୍ତି କେରଳ ସରକାର । ଏକ ବର୍ଷର କଟକଣା ନେଇ ନୂଆ ଗାଇଡଲାଇନ୍‌ ଜାରି କରିଛନ୍ତି ।

କାର୍ଯ୍ୟାଳୟରେ, ଗାଡ଼ିରେ ଯିବାବେଳେ ବା ଲୋକଙ୍କ ସହ ମିଶିବା ବେଳେ ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟ । ସେହିପରି ଷ୍ଟ୍ରାଇକ୍‌, ଧାରଣା, ପ୍ରତିବାଦ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କ ଠାରୁ ଅନୁମତି ଆଣିବାକୁ ପଡ଼ିବ । ଯଦି ଅନୁମତି ମିଳେ, ତେବେ ୧୦ ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ । ସାଧାରଣ ସ୍ଥାନରେ ବା ରାସ୍ତାରେ କେହି ଛେପ ପକାଇ ପାରିବେ ନାହିଁ । ୬ ଫୁଟ ସାମାଜିକ ବ୍ୟବଧାନ ନିୟମ ପାଳନ କରିବାକୁ ବାଧ୍ୟ । ସେହିପରି ଆସନ୍ତା ୧ ବର୍ଷ ପର୍ଯ୍ୟନ୍ତ ଅନ୍ତିମ ସଂସ୍କାରରେ ୨୦ରୁ ଅଧିକ ଏବଂ ବାହାଘରରେ ୫୦ ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ ।