Odia News Portal

ମେଡିକାଲ କାନ୍ଥ ଡେଇଁ ଛୁ ମାରିଲେ କରୋନା ଆକ୍ରାନ୍ତ

ନବରଙ୍ଗପୁର : ପୁଣି ଡର ବଢାଇଲେ କରୋନା ଆକ୍ରାନ୍ତ।  ମେଡିକାଲ କାନ୍ଥ ଡେଇଁ ଛୁ ମାରିଲେ  ।  ଥାନାରେ ଏତଲା ଦେଲେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ। ନବରଙ୍ଗପୁର କୋଭିଡ ହସ୍ପିଟାଲରୁ ଏହି କରୋନା ଆକ୍ରାନ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି। ଏହି ଆକ୍ରାନ୍ତ ବ୍ୟକ୍ତି ଜଣକ  ଗତ ୩ ତାରିଖରେ  ପଜିଟିଭ ଚିହ୍ନଟ ହୋଇଥିଲେ ଓ ପରେ  ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଆଜି ହଠାତ ଓାର୍ଡରେ କେହି ନଥିବାର ସୁଯୋଗ ପାଇ ମେଡିକାଲ  କାନ୍ଥ ଡେଇଁ ବାହାରକୁ ଚାଲିଯାଇଥିବା ଜଣାପଡିଛି। ଏନେଇ ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।

ବର୍ତ୍ତମାନ  ନବରଙ୍ଗପୁର ଜିଲ୍ଲାରେ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ ୪୯ ଟି ଆକ୍ଟିଭ କେଶ ରହିଛି। ଏମାନେ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।