ସମ୍ବଲପୁର : କ୍ଷେତରାଜପୁର ଥାନା ଅନ୍ତର୍ଗତ ମନ୍ଦଲିଆ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ଚଢଉ କରି ମୋଟ ୯ ଜଣ ମହିଳାଙ୍କ ସମେତ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର କୁଳମଣି ସାହୁଙ୍କ ସମେତ ଅନ୍ୟ ୯ ଜଣ ମହିଳା । ସୂଚନା ଅନୁସାରେ ଆଜି ଅପରାହ୍ନରେ ମନ୍ଦଲିଆ ଅଞ୍ଚଳରେ ଜୁଆ ଖେଳ ଚାଲୁଥିବା ବେଳେ ପୁଲିସ ଅଚାନକ ଚଢଉ କରି ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପୁଲିସ ସେମାନଙ୍କ ପାଖରୁ ନଗଦ ୨୫୩୦ ଟଙ୍କା ଏବଂ ତାସ ମୁଠା ଜବତ କରିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ଅଭିଯୁକ୍ତଙ୍କୁ ନୋଟିସ ଦେଇ ଛାଡି ଥିବା ନେଇ ଆଇଆଇସି ସୂଚନା ଦେଇଛନ୍ତି ।