Odia News Portal

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟର ଲୋଗୋ ଉନ୍ମୋଚିତ

ଭୁବନେଶ୍ବର : ସରକାରଙ୍କର କୋଭିଡ କଟକଣା କୁ ମାନି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ଆଜି ସେବା ଫାଉଣ୍ଡେସନ ର ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ଏହି ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୁଲା ଗାଈଗୋରୁ ମାନଙ୍କୁ ପ୍ରତ୍ୟେକ ସପ୍ତାହ ର ଗୋଟିଏ ଦିନ ନିରନ୍ତର ଭାବେ ଖାଦ୍ୟ ଯୋଗାଇବା ସହ, ମହିଳା, ଶିଶୁ କଲ୍ୟାଣ, ସ୍ୱଚ୍ଛତା, ରକ୍ତଦାନ, ଥାଲାସେମିଆ ସଚେତନତା, ଚାରା ରୋପଣ, ଏବଂ ଅନ୍ୟ ସାମାଜିକ କାମ କରାଯିବ ବୋଲି ସଂଗଠନ ଉପସଭାପତି ବିସ୍ମୟ ରାଉତ ଓ ସମ୍ପାଦକ ସାର୍ଥକ କୁମାର ପରିଡା ଜଣାଇଛନ୍ତି।

ଆଜି ରାଜ୍ୟ ହାଉସିଂ ବୋର୍ଡ଼ର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ମହିଳା ଶିଶୁ କଲ୍ୟାଣ ବିଭାଗର ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ସେବାର ଉପସଭାପତି ବିସ୍ମୟ ରାଉତ, ସୁଶୀଲକାନ୍ତ ପ୍ରଧାନ ଓ ସମ୍ପାଦକ ସାର୍ଥକ କୁମାର ପରିଡାଙ୍କ ଦ୍ଵାରା ଲୋଗୋ ଓ ନିରାପତ୍ତା ଜ୍ୟାକେଟ ଉନ୍ମୋଚିତ ହୋଇଛି।