ଭୁବନେଶ୍ୱର : ତିର୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ । କିଛି ଦିନ ଧରି ଅସୁସ୍ଥ ଥିଲେ ବିଷ୍ଣୁ ଦାସ । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ । ରାଜଧାନୀରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ଧରି କୋମାରେ ଥିଲେ ।
ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତି କରିଛନ୍ତି ।
ବିଧାୟକ ବିଷ୍ଣୁ ଦାସ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ସଂରକ୍ଷିତ ନିର୍ବାଚନ ମଣ୍ଡଳିରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ପରାଜିତ ହୋଇଥିବା ବିଷ୍ଣୁ ଦାସ ତା ପୂର୍ବରୁ ଲଗାତାର ପାଞ୍ଚ ଥର ଜଗତିସିଂହପୁର ବିଧାନସଭା ଆସନରୁ ଜିତିଥିଲେ। ସେ ମଧ୍ୟ କିଛି ଦିନ ରାଜ୍ୟସଭା ସଦସ୍ୟ ଏବଂ ଯୋଜନା ବୋର୍ଡ ଉପାଧ୍ୟକ୍ଷ ରହିଥିଲେ। ଅନୁସୂ ଚିତ ବର୍ଗର ହୋଇଥିଲେ ମଧ୍ୟ ସେ ଜଗତସିଂହପୁର ଜିଲ୍ଲାରେ ଜଣେ ପ୍ରଭାବଶାଳୀ ବିଜେଡି ନେତା ଭାବେ ପରିଚିତ।
ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଥିବା ବିଷ୍ଣୁ ଦାସ ଜନନାୟକ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ। ସେ ନବୀନ ପଟ୍ଟନାୟକଙ୍କ ସରକାରରେ କିଛି ଦିନ ମନ୍ତ୍ରୀ ପଦ ମଧ୍ୟ ସମ୍ଭାଳିଛନ୍ତି। ଏହା ବ୍ୟତୀତ ଦଳର ସାଙ୍ଗଠନିକ ପଦ ସମ୍ଭାଳି ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳର ସଭାପତି ଥିଲେ। ସେ ୨୦୧୬ ମସିହାରେ ରାଜ୍ୟସଭାକୁ ନିର୍ ବାଚିତ ହୋଇଥିଲେ। ତେବେ ୨୦୧୭ରେ ରାଜ୍ୟସଭାରୁ ଇସ୍ତଫା ଦେଇ ସେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳର ବହୁ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କ ସହ ବିରୋଧୀ କଂଗ୍ରେସ ଏବଂ ବିଜେପିର ତୁଙ୍ଗ ନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।