Odia News Portal

ଘଣ୍ଟାଏ ଭିତରେ ଆସିବ ରିପୋର୍ଟ

କଟକ : ଆଜିଠୁ ରାଜ୍ୟରେ କୋଭିଡ ପରୀକ୍ଷଣ ପାଇଁ ଆଣ୍ଟିଜେନ ଭିତ୍ତିକ ଟେଷ୍ଟିଂ କରାଯିବ। ଆଣ୍ଟିବଡି ପରେ ଏବେ ଆଣ୍ଟିଜେନ ଟେଷ୍ଟିଂ କରାଯିବ। କଟକର ୩ଟି ସରକାରୀ ମେଡିକାଲରେ ହେବ ଆଣ୍ଟିଜେନ୍‌ ଟେଷ୍ଟ । ପ୍ରଥମ ପର୍ଯ୍ୟାୟରେ ଏସସିବିକୁ ଗୁରୁତ୍ୱ ଦିଆଯିବ । ୫ ହଜାର କିଟ୍‌କୁ ନେଇ କୋଭିଡ ପରୀକ୍ଷା ହେବ । ଚୌଦ୍ୱାର ଜେଲରେ ଜଣେ କଏଦୀ ଓ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ହେବା ପରେ ସ୍ୱାବ ଟେଷ୍ଟ ପାଇଁ ଜେଲ ଅଧୀକ୍ଷକ ଚିଠି ଲେଖିଛନ୍ତି । ଏହାପରେ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ସ୍ୱାବ ଟେଷ୍ଟ ପାଇଁ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ସଂସ୍ପର୍ଶରେ ଆସିଥିବା କଏଦୀ ଓ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ହେବ ।ଗଞ୍ଜାମରେ ଆଣ୍ଟିଜେନ୍‌ କିଟ୍‌ ପହଞ୍ଚିଥିବା ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆଜିଠୁ ଜିଲ୍ଲାରେ ଏହି ଟେଷ୍ଟ ଆରମ୍ଭ କରାଯିବ। ଆଣ୍ଟିଜେନ୍‌ ଟେଷ୍ଟରେ ଘଣ୍ଟାଏ ଭିତରେ ରିପୋର୍ଟ ଆସିବ। ରୋଗୀ ହସ୍‌ପିଟାଲରେ ଭର୍ତ୍ତି କରାଯିବା ପୂର୍ବରୁ ପରୀକ୍ଷା କରାଯିବ।