Odia News Portal

ବିଡିଏ ଓ ବିଏମ୍‌ସି ପରେ ଏବେ ଏବେ ଆରଟିଓ – ୧ରେ ପଶିଲା କରୋନା

ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଡିଏ ଓ ବିଏମ୍‌ସି ପରେ ଏବେ ଏବେ ଆରଟିଓ-୧ରେ ପଶିଛି କରୋନା । ଆରଟିଓ-୧ର ୪ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ଜଣାଯାଇଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆରଟିଓ-୧କୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ସିଲ୍‌ କରି ଦିଆଯାଇଛି । ଆକ୍ରାନ୍ତମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, କେଉଁ କେଉଁ ସ୍ଥାନକୁ ଯାଇଛନ୍ତି, ସେନେଇ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।

ଏହି କର୍ମଚାରୀମାନେ ଶ୍ରମିକ ଟ୍ରେନ୍‌ରେ ପ୍ରବାସୀଙ୍କୁ ସହାୟତା କରିବା ଦାୟିତ୍ୱରେ ଥିଲେ । ଆଉ ମଧ୍ୟ ରାଜଧାନୀର ଆଇସିଆଇସିଆଇ ବ୍ୟାଙ୍କର ୨ଟି ଶାଖାରୁ ୧୫ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଦୁଇଟି ଶାଖାରୁ ବହୁ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ବ୍ୟାଙ୍କକୁ ସିଲ୍‌ କରାଯାଇଛି । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ କୁହାଯାଇଛି ।