ଭୁବନେଶ୍ଵର : ୩୮୮ କରୋନା ଆକ୍ରାନ୍ତ ସୁସ୍ଥ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ରାଜ୍ୟରେ ଆଜି ୩୮୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୩୧, ଯାଜପୁରରୁ ୨୭ ସୁସ୍ଥ ହୋଇଛନ୍ତି।
ସେହିପରି କଟକରୁ ୨୬,ନୟାଗଡରୁ ୧୮, ପୁରୀରୁ ୧୬ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୧୪, ବାଲେଶ୍ୱରରୁ ୧୧, ଅନୁଗୁଳରୁ ୮,କେନ୍ଦ୍ରାପଡରୁ ୬, ଗଜପତି ଓ ଝାରସୁଗୁଡାରୁ ୨ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି । ସେହିଭଳି ବରଗଡ,ଭଦ୍ରକ ଓ ଦେବଗଡରୁ ଜଣେ ଲଖାଏଁ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମିଶାଇ ବର୍ତ୍ତମାନ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ପହଞ୍ଚିଲା ୮୩୬୦ରେ।