ସୋର: ଦୌଡି ଦେଇ ଆତ୍ମହତ୍ୟା ର ସୋସିଆଲ ମିଡ଼ିଆରେ ସିଧା ପ୍ରସାରଣରୁ ଭିଡ଼ିଓ ଭାଇରାଲ । ଖଇରା ଥାନା ମିଟୁଆଣୀ ଗ୍ରାମର ପିତାମ୍ବର ଲେଙ୍କା ମୃତ୍ୟୁ ପୂର୍ବରୁ ନିଜ ଫେସବୁକ ଲାଇଭ ନିଜେ ମୃତ୍ୟୁ ସମୟର ଭିଡିଓ ଭାଇରାଲ କରିଛନ୍ତି। ମୃତ୍ୟୁ ପରେ ଖଇରା ପୋଲିସ ଅଭିଯୋଗ ପାଇ ତଦନ୍ତ ଆରମ୍ଭ ।ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ ।
ତେବେ କଣ ପାଇଁ ଏଭିଳ ଚରମ ପଦକ୍ଷେପ ନେଲେ । କାହିଁକି ଏହାର ଲାଇଭ୍ ଫେସ୍ବୁକ୍ରେ କଲେ ତାହାର କାରଣ ମଧ୍ୟ ଜଣା ପଡି ନାହିଁ । ଆତ୍ମହତ୍ୟା କରିଥିବା ବ୍ୟକ୍ତ ଜଣଙ୍କ ବିବାହିତ ସେ ତିଗିରିଆ ଅଞ୍ଚଳରେ ବିବାହ କରିଥିବା ଜଣା ପଡିଛି । ସେ ଘରେ ଆଜବେଷ୍ଟରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି । କିଛି ସମୟ ଛଟପଟ ହେବାପରେ ଶରୀର ନିସ୍ତେଜ ହୋଇଯାଇଛି । ଫେସ୍ବୁକ୍ ଲାଇଭ୍ରେ ଆତ୍ମହତ୍ୟା ବିଷୟରେ ଅନ୍ୟାମାନେ ଜାଣି ଘର ଲୋକଙ୍କୁ ଜଣାଇବା ବେଳକୁ ଯୁବକଙ୍କର ମୃତ୍ୟୁ ହୋଇ ସାରିଥିଲା । ଯୁବକ ଜଣଙ୍କ ସୋର ଖଇରା ଥାନା ଅଞ୍ଚଳର । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି। ମାତ୍ର କରୋନା ସମୟରେ ଆତ୍ମହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି ।