Odia News Portal

ମହେଶ କର ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

କେନ୍ଦ୍ରାପଡା : ବନମହୋତ୍ସବ ଉପଲକ୍ଷେ ମହେଶ କର ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଫାଉଣ୍ଡେସନ ପକ୍ଷରୁ କେନ୍ଦ୍ରାପଡା ସହରର ମାଧପୁର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସୁନ୍ଦର ପୃଥିବୀ ପାଇଁ ପରିବେଶ କେବଳ ମାନବସଭ୍ୟତା ପାଇଁ ନୁହେଁ ବରଂ ବିଶ୍ୱର ସବୁ ପ୍ରକାରର ଜୀବଜନ୍ତୁ ଏବଂ ବୃକ୍ଷଲତା ପାଇଁ ଯେ ଆବଶ୍ୟକ ତାହା ଏହି ବୃକ୍ଷରୋପଣ ମାଧ୍ୟମରେ ସମାଜକୁ ଏକ ବା ର୍ା ଦେବା ପାଇଁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନାବଶ୍ୟକଭାବେ ଜଙ୍ଗଲକ୍ଷୟ, ଜୈବବିବିଧତା ହ୍ରାସ, ପରିବେଶ ପ୍ରଦୂଷଣ, ବିଶ୍ୱ ତାପମାନ ଓ ଜଳବାୟୁ ପରିବ ର୍ନ ଫଳରେ ମାନବସମାଜ ଦିନକୁ ଦିନ ଯେପରି ଟାଣିହୋଇଯାଉଛି ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମହେଶ କର ଫାଉଣ୍ଡେସନ ପକ୍ଷରୁ ଏହି ଉଦ୍ୟମ ଆରମ୍ଭ ହୋଇଛି ।
କେବଳ ଏତିକି ନୁହେଁ ଏହି ଫାଉଣ୍ଡେସନ ପକ୍ଷରୁ କରୋନା ମହାମାରୀ ସମୟରେ ଲୋକମାନଙ୍କୁ ରାସନ, ସାନିଟାଇଜର ଓ ମାସ୍କ  ବଣ୍ଟନ ସହିତ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି । ଆଜିର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଆକବର ଖାଁ, କୃଷ୍ଣଚନ୍ଦ୍ର ବେହେରା, ଆଝାରୁଦ୍ଦିନ ଖାଁ, ଶେଖ ଓମରାନ, ଶେଖ ଆୟେଶାନ, ପଦ୍ମନାଭ ସାହୁ, ନଇଁମ ଖାନ, ତନବୀର ଖାଁ, କାହ୍ନା ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ଅ ଳର ଲୋକମାନେ ବେଶ ଉତ୍ସାହିତ ହୋଇ ଫାଉଣ୍ଡେସନର କର୍ମକତା ମାନଙ୍କୁ ସହଯୋଗ କରିବା ସହିତ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ ।