ନୂଆଦିଲ୍ଲୀ : ରବିବାର ପେଟ୍ରୋଲ-ଡିଜେଲ୍ ଦାମ୍ ପୁଣି ସାଧାରଣ ନାଗରିକକୁ ଝଟକା ଦେଇଛି । ଦେଶରେ ୧୨ ଦିନ ପରେ ପେଟ୍ରୋଲ-ଡିଜେଲ୍ ଦାମରେ ପୁଣି ବୃଦ୍ଧି ଦେଖାଦେଇଛି । ସରକାରୀ ତେଲ କମ୍ପାନୀମାନେ ରବିବାର ଡିଜେଲ୍ ଦାମରେ ୧୬ ପ୍ରତିଶତ ଲିଟର ପିଛା ବୃଦ୍ଧି କରିଛନ୍ତି । ତେବେ ପେଟ୍ରୋଲ୍ ଦାମରେ କିଛି ବୃଦ୍ଧି ଦେଖିବାକୁ ମିଳିନି । ଏହି ବୃଦ୍ଧି ସହିତ ଦିଲ୍ଲୀରେ ଲିଟର ପେଟ୍ରୋଲ୍ ଦାମ୍ ୮୦.୪୩ ଟଙ୍କା ପ୍ରତି ଲିଟର ସ୍ଥିର ଥିବାବେଳେ ଡିଜେଲ୍ ପାଇଁ ଏବେ ଆପଣଙ୍କୁ ୮୦.୯୪ ଟଙ୍କା ପୈଠ କରିବାକୁ ପଡିବ । ଶନିବାର ଦିଲ୍ଲୀରେ ପେଟ୍ରୋଲ ଦାମ୍ ୮୦.୪୩ ଟଙ୍କା ପ୍ରତି ଲିଟର ଓ ଡିଜେଲ୍ ୮୦.୭୮ ଟଙ୍କା ପ୍ରତି ଲିଟର ଥିଲା ।
ପ୍ରତିଦିନ ୬ଟାରେ ବଦଳିଥାଏ ଦାମ୍
ପ୍ରତିଦିନ ସକାଳ ୬ଟାରେ ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ । ସକାଳ ୬ଟାରେ ନୂଆ ଦର ଲାଗୁ ହୁଏ । ପେଟ୍ରୋଲ୍ ଓ ଡିଜେଲ୍ ଦାମରେ ଏକ୍ସସାଇଜ ଡ୍ୟୁଟି, ଡିଲର କମିଶନ ଓ ଅନ୍ୟ ଜିନିଷ ଯୋଡିବା ପରେ ଏହାର ଦାମ୍ ପ୍ରାୟ ଦୁଇଗୁଣା ହୋଇଯାଏ ।