ଭବନେଶ୍ୱର ( ଚକ୍ରଧର ମାଝି ) : ଓଡିଆ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ୟୁନିଟ୍ ୯ ସ୍ଥିତ ମହାରାଷ୍ଟ୍ର ମଣ୍ଡଳ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଆ ସାହିତ୍ୟ
ଏକାଡେମୀର ପୂର୍ବତନ ସଭାପତି ହୁସେନ୍ ରବି ଗାନ୍ଧୀ
ସାହିତ୍ୟର ସୃଷ୍ଟି, ଆଧୁନିକ ସାହିତ୍ୟରେ ଲେଖକଙ୍କ ଭୂମିକା
ସମ୍ପର୍କରେ ଅବଗତ କରାଇଥିଲେ ।
ସମ୍ମାନୀତ ଅତିଥିଭାବେ ବିଶିଷ୍ଟ କବି ଶଙ୍କରର୍ଷଣ ପରିଡା, ଅଧ୍ୟାପକ ପବିତ୍ର ମୋହନ ଦାସ, କବୟତ୍ରୀ ମଞ୍ଜୁଳା ତ୍ରିପାଠୀ, ସୋପ୍ନା ବେହେରା, ବିଶିଷ୍ଟ ଶିକ୍ଷାବିତ୍ ତଥା ଜଟଣୀ ସାହିତ୍ୟ ସଂସଦର ସଭାପତି ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ଗଞ୍ଜାମ କବିତା ଘରର
ସଂପାଦକ ଭାଗିରଥି ବେହେରା ପ୍ରମୁଖ ଯୋଗଦେଇ
ସଂପାଦକ ଭାଗିରଥି ବେହେରା ପ୍ରମୁଖ ଯୋଗଦେଇଆଧୁନିକ ସାହିତ୍ୟର ପ୍ରଭାବ, ପାଠକୀୟ ପୃଷ୍ଠଭୂମି ଓ
ସାହିତ୍ୟିକ ମାନଙ୍କର ସାମାଜିକ ଦାୟିତ୍ୱ ବୋଧ ଉପରେ
ଆଲୋକପାତ କରିଥିଲେ । ଅତିଥିମାନଙ୍କ ଦ୍ୱାରା ପତ୍ରିକା
‘ପ୍ରତିଶ୍ରୁତି’ ଓ ଭାଗିରଥି ବେହେରାଙ୍କ ‘ତୁମେ ନୁହେଁ
ଭୁଲିବାର’, ହୃଷିକେଶ ଶତପଥୀଙ୍କ “ବାପା ବୋଉ ମୁଁ” ଏବଂ
କବୟତ୍ରୀ ପ୍ରେମଲତା ସାହୁଙ୍କର କବିତା ସଂକଳନ “ଅମୃତାୟନ” ଉନ୍ମୋଚିତ ହୋଇଥିଲ । ଯୁବ ସାହିତ୍ୟିକ ତଥା ପ୍ରତିଶ୍ରୁତିର ସଂପାଦକ ସ୍ମୃତି ରଞ୍ଜନ ତ୍ରିପାଠୀ ସମସ୍ତ ସାହିତ୍ୟ ଶିଳ୍ପୀଙ୍କୁ ଗୋଟିଏ ସାରସ୍ୱତ ଛାଇ ତଳେ ରଖିବାର ସାଧୁ ଉଦ୍ୟମକୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ ।
