Odia News Portal

ରାଜଧାନୀରେ ଟାଟା ଏସିଇ ଗାଡିରୁ ମୃତ ଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଟାଟା ଏସିଇ ଗାଡିରୁ ମୃତ ଦେହ ଉଦ୍ଧାର କରାଯାଇଛି ।  ଭୁବନେଶ୍ବର ପୁରୁଣା ଷ୍ଟେସନ ବଜାରରେ ଗାଡି ଭିତରୁ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହଟି କିଛି ଦିନ ତଳର ବୋଲି ସନ୍ଦେହ କରାଯାଉଛି । ଗାଡି ଭିତରେ ମୃତ ଦେହରୁ ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କୁ ସନ୍ଦେହ ହୋଇଥିଲା ।

ଲକ୍ଷ୍ମୀଲସାଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟା କରି ଗାଡି ଭିତରେ ପକାଇଥିବା ସନ୍ଦେହ କରାଯାଉଛି । ତେବେ ପୁଲିସ ମୃତକଙ୍କର ବିଷୟେ ଅଧିକ ଜାଣିବା ପାଇଁ ତଦନ୍ତ କରୁଛି । କିଏ କାହିଁକି ଏପରି କରିଛି ପୋଲିସ ତାହାର ତଦନ୍ତ କରୁଛି । ପରେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭର ଫୁଟେଜ୍‌କୁ ପୁଲିସ ଯାଞ୍ଚ କରିବ ।

ପୁରୁଣା ଷ୍ଟେସନ୍‌ ବଜାର ଅଞ୍ଚଳରେ ଟାଟା ଏସି ଗାଡି ଟିଏ ଥୁଆ ହୋଇଥିଲା । ସାଧାରଣତଃ ଯାତ୍ରୀ ଓ ମାଲ୍‌ ଭଡା ପାଇଁ ଏଠାରେ ଗାଡି ଥୁଆ ଯାଉଥିବାରୁ କେହି ବିଶେଷ ଗୁରୁତ୍ୱ ଦେଉ ନଥିଲେ । ପରେ ସେହି ଗାଡି ନିକଟରୁ ଦୁର୍ଗନ୍ଧ ବାହାରିଥିଲା । ସ୍ଥାନୀୟ ଲୋକ ଏହାର କାରଣ ଜାଣିବା ପାଇଁ ଗାଡି ଭିତରକୁ ଦେଖିଥିଲେ । ସେଥିରେ ଜଣଙ୍କର ମୃତ ଦେହ ପଡିଥିବା ଓ ପଚିବା ଆରମ୍ଭ କରିଥିବା ଜାଣିବାକୁ ପାଇଥିଲେ । ପରେ ପୁଲିସକୁ ଖବର ଦେଇଥିଲେ ।  ଲକ୍ଷ୍ମୀ ସାଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି ।