Odia News Portal

ଓଡ଼ିଶାରେ ଆରମ୍ଭ ହେଲା ସଦଭାଵନା ସଙ୍ଗମ

ଭୁବନେଶ୍ଵର : ରାଷ୍ଟ୍ରୀୟ ଯୁବା ସଂଗଠନ ଓ ସହରରୁ ଗାଁ ଆନୁକୂଲ୍ୟରେ ଓ ରାଜୀବ ଗାନ୍ଧୀ ଫାଉଣ୍ଡେସନର ସହଯୋଗରେ ଭୁବନେଶ୍ବରସ୍ଥିତ ଲୋହିଆ ଏକାଡେମୀ ଠାରେ ସଦଭାଵନା ସଙ୍ଗମ ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡ .ବିଶ୍ବଜିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି | ଉତ୍କଳ ଗାନ୍ଧୀ ସ୍ମାରକୀ ନିଧିର ସଭାନେତ୍ରୀ ତଥା ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀଙ୍କ ସୁକନ୍ୟା କୃଷ୍ଣା ମହାନ୍ତି ସଭାର ଉଦଘାଟନ କରି କହିଲେ ଯେ,
ଇଣ୍ଡୋନେସିଆ ଗୋଟିଏ ମୁସଲମାନ ଅଧୁଷିତ ଦେଶ । ହେଲେ ସେଠାକାର ମୁସଲମାନମାନେ ରାମାୟଣକୁ ସେମାନଙ୍କର ସଂସ୍କୃତି ବୋଲି ମାନନ୍ତି ଓ ଆଜିଯାଏ ରାମାୟଣକୁ ସେହି ଦେଶରେ ବଞ୍ଚାଇ ରଖିଛନ୍ତି |

ଆମ ଦେଶ ରେ ସଂଖ୍ୟା ଗରିଷ୍ଠମାନେ ସଂଖ୍ୟାଲଘୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ହିଁ ରାଷ୍ଟ୍ରଧର୍ମ ଓ ଏହା ଦ୍ଵାରା ହିଁ ଦେଶରେ ସଦଭାବନା ପ୍ରତିଷ୍ଠା  ହୋଇପାରିବ |ମୁଖ୍ୟ ଅତିଥି ଭାବରେ ଗାନ୍ଧୀ ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହନ୍ତି କହିଲେ ଯେ ,ସଦଭାବନା ଭାରତର ରାଷ୍ଟ୍ରମନ୍ତ୍ର |ଜାତି ଜାତି ମଧ୍ୟରେ ,ଧର୍ମ ଧର୍ମ ମଧ୍ୟରେ ସମନ୍ବୟ ଦେଶର ରାଷ୍ଟ୍ରୀୟ ଦାୟିତ୍ବ| ଆମ ରାଷ୍ଟ୍ର ପିତା ଆମକୁ ମଧ୍ୟ ଏହି ମନ୍ତ୍ର ଦେଇଯାଇଛନ୍ତି |ଏହାକୁ ପାଳିବା ଆମର ରାଷ୍ଟ୍ର ଧର୍ମ |ମୁଖ୍ୟ ବକ୍ତା ଭାବେ ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା ସମ୍ବିଧାନ ସମ୍ମତ ସଦଭାବନାକୁ ପାଳନ କରିବା ପାଇଁ ଆହ୍ୱାନ ଦେଇଥିଲେ।
ଜାତୀୟ ସେବା ଯୋଜନାର ଯୁଗ୍ମ ନିର୍ଦ୍ଦେଶିକା ସରିତା ପଟେଲ ଓ ରାଜ୍ୟ ନିର୍ଦ୍ଦେଶିକା ଡ଼. ସୁରେଖା ସୁନ୍ଦରୀ ସ୍ୱାଇଁ  ଯୋଗଦେଇ କହିଲେ ଯେ,ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ ହେଉଛି ସଦଭାବନା । ଆଉ ଜାତୀୟ ସେବା ଯୋଜନା ଗାନ୍ଧିଙ୍କର ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଅହରହ ପ୍ରୟାସ ଚଳାଇଛି।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି କୈଳାସ ଚନ୍ଦ୍ର ସାହୁ,ମନୋଜ କୁମାର ମିଶ୍ର,ସନ୍ତୋଷ ମାଝୀ,ରଞ୍ଜିତ ଦେହୁରୀ,ସମସିଦା ତାୟବ,ପଦ୍ମଲୋଚନ ମହାପାତ୍ର, ସୂର୍ଯ୍ୟ ନାରାୟଣ ନାଥ,ଭବାନୀ ବେହେରା,ଅରବିନ୍ଦ ନାୟକ,ସମଦୃଷ୍ଟିର ସମ୍ପାଦକ ସୁଧୀର ପଟ୍ଟନାୟକ,ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ, ଶିକ୍ଷାବିତ୍ ପ୍ରଫେସର ଅମୀୟ ମହାନ୍ତି, ଶିକ୍ଷାବିତ୍ ମହମ୍ମଦ ସୁକୁର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ବିଭିନ୍ନ ମହାବିଦ୍ୟାଳୟରୁ ଯୋଗ ଦେଇଥିବା ଛାତ୍ରମାନଙ୍କ ମଧ୍ୟରେ ସଦଭାବନା କ୍ୱିଜ ସମାଜସେବୀ ମାନସ କୁମାର ମିଶ୍ର ଓ ଶ୍ରୀ ସୋମ ଆୟୋଜନ କରିଥିଲେ।ସମାଜରେ ସଦଭାବନାର ବାର୍ତ୍ତା ପାଇଁ ସହରରୁ ଗାଁର ଆବାହକ ମାନସ ପଟ୍ଟନାୟକ ସଦଭାବନା ସଙ୍ଗମ ସଭାରେ ଉପସ୍ଥିତ ସମସ୍ତଙ୍କୁ ସମ୍ବିଧାନ ଶପଥ ପାଠ କରାଇଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ।
ସଭା ଶେଷରେ ଏହି ସଦଭାଵନା ସଙ୍ଗମ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ଆୟୋଜନ କରାଯାଇ ଭାରତର ଭାଇଚାରା ଓ ବିବିଧତାର ସୁରକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।