Odia News Portal

ବୃକ୍ଷ ରୋପଣ ଓ ମାସ୍କ୍ ବଣ୍ଟନକରି ବିବାହ ବାର୍ଷିକ ଉତ୍ସବ ପାଳନ

ଭୁବନେଶ୍ଵର : ମହାବୀର ମଲ୍ଟି ଜିମ୍ର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଉପସଭାପତି ଅକ୍ଷୟ କୁମାର ସ୍ବାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫ , ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଗୋଟି ବୃକ୍ଷ ରୋପଣ କରାଯିବା ସହିତ କରୋନା ସଚେତନତା କାର୍ଯକ୍ରମ କରାଯାଇ ୧୦୦ରୁ ଉର୍ଦ୍ଧ ଲୋକଙ୍କୁ ମାସ୍କ୍ ଓ ସାନିଟାଇଜର ବଣ୍ଟନ କରାଗଲା।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ମଞ୍ଚେଶ୍ୱର୍ ଥାନା ସବ୍ଇନସପେକ୍ଟର୍ ଷ୍ଟାଲିନ୍ ବିଶ୍ଵାଳ, ସାମ୍ବାଦିକ ତାପସ ଦାସ, କମଳାକାନ୍ତ ରାଉତରାୟ, ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଟତା ପ୍ରକାଶ ତ୍ରିପାଠୀ, ନଟବର ବେହେରା, ବିଜୟ ମହାକୁଡ, ଅଶ୍ଵିନୀ ତ୍ରିପାଠୀ, ଜ୍ଞାନ ମହାନ୍ତି, ଇନ୍ଦୁମତି ସାହୁ, ନିରୂପମା ଦାସ , ପୂଜାରାଣୀ ରାଉତ ସୌମ୍ୟ ରଂଜନ ପ୍ରଧାନ, ସର୍ବଜିତ୍ ସାହୁ, ଦେବାସିସ୍ ଗଣ୍ଠିଆ, ମନୋରମା ପାତ୍ର, ଇସା ମହାନ୍ତି ସୁଚିତ୍ରା ବେହେରା,ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ, ଦ୍ରୌପଦୀ ଦେବୀ ପ୍ରମୁଖ ଯୋଗଦାନ କରିଥିଲେ।