Odia News Portal

କନେଷ୍ଟବଳ ସ୍ୱାମୀଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ

ନୀଳଗିରି : କନଷ୍ଟେବଳ ସ୍ୱାମୀ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ଅଭିଯୋଗ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଘଟିଛି ଏହି ଘଟଣା ।  କନଷ୍ଟେବଳ ଆଜି ରେମୁଣା ବଡ଼ପାଳ ଅଞ୍ଚଳରେ ଦ୍ଵିତୀୟ ବିବାହ କରିବା ଅଭିଯୋଗ ଆଣିଲେ ସ୍ତ୍ରୀ। କନେଷ୍ଟବଳ ସ୍ୱାମୀ ସଞ୍ଜୟ ସିଂଙ୍କ ଘର ଭଉଁରିଆବାଡ଼ ପଂଚାୟତ ବିଟୁସାହି ଗ୍ରାମର ।

ସେ ଆଜକୁ ୪ ବର୍ଷ ତଳେ ମହିସାପଟ୍ଟା ପଞ୍ଚାୟତ ହାତିଆଶିଳା ଗ୍ରାମର ଗୌରହରି ସିଂଙ୍କ ଝିଅ ଦମୟନ୍ତୀଙ୍କୁ ବିବାହ କରିଥିଲେ।ତାଙ୍କ ଔରସରୁ ଅଢେଇ ବର୍ଷର ଶିଶୁ କନ୍ୟାଟିଏ ଅଛି। ଆଜକୁ ଦୁଇବର୍ଷ ତଳେ ଦମୟନ୍ତୀଙ୍କୁ ତାଙ୍କ ସ୍ୱାମୀ ଅକଥନୀୟ ନିର୍ଯ୍ୟାତନା ଦେବା ସହ ମାଡ଼ ମାରିବା ଅଭିଯୋଗ ଆଣିଥିଲେ। ମାମଲା କୋର୍ଟରେ ବିଚାରଧୀନ ଅଛି । ହେଲେ କନେଷ୍ଟବଳ ସ୍ୱାମୀ ଜଣକ ଆଜି ଦ୍ୱିତୀୟ ବିବାହ କରିବା ନେଇ ସେ ସୂଚନା ପାଇ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରିବା ସହ ତଦନ୍ତ ପାଇଁ ନୀଳଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି।